ରାଜ୍ଯରେ ଆଜି ୨୪୨୩ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ଆଉ ୧୮ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ଯରେ ଆଜି ଆଉ ୨୪୨୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୧୪୧୭ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୧୦୦୬ ରହିଛି । ଖୋର୍ଦ୍ଧାରୁ ଆଜି ସର୍ବାଧିକ ୩୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ଆଜି ମଧ୍ୟ ୨ ଶହ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା।

ଏହି ଜିଲ୍ଲାରୁ ୨୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୯୫, ମୟୂରଭଞ୍ଜରୁ ୧୨୮, କଟକରୁ ୧୧୮ ନୂଆ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୨,୫୪,୬୬୨କୁ ବୃଦ୍ଧି ହୋଇଛି। ରାଜ୍ୟରେ ୨୫ ହଜାର ୯୫୪ ଚିକିତ୍ସିତ ହେଉଥିବା ବେଳେ ୨ ଲକ୍ଷ ୨୭ ହଜାର ୬୧୫ ଜଣ ସୁସ୍ଥ ହୋଇଛନ୍ତି।

  ସେହିପରି ଆଜି ରାଜ୍ଯରେ କରୋନା ନେଇଛି ୧୮ଜଣଙ୍କ ଜୀବନ । କଟକରୁ ସର୍ବାଧିକ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରୁ ୩ ଜଣଙ୍କ ଜୀବନ ଯାଇଛି। ଏହାବାଦ୍‌ ଭୁବନେଶ୍ୱର, ଯାଜପୁର ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ ଜଣ ସଂକ୍ରମିତଙ୍କ ଜୀବନ ନେଇଛି ଭାଇରସ୍‌ । ସେହିପରି ଖୋର୍ଦ୍ଧା, ପୁରୀ, ନବରଙ୍ଗପୁର, ମୟୂରଭଞ୍ଜ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୪୦ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.