ରାତି ୨ଟା ୩୦ରେ ଅମିତାଭ ବଚ୍ଚନ ଟୁଇଟରରେ ପଚାରିଲେ ପ୍ରଶ୍ନ, ଫ୍ୟାନ୍ସ କହିଲେ, ‘ସାର୍ ଜୀ, ଯାଆନ୍ତୁ ଶୋଇପଡ଼ିବେ’, ଜାଣନ୍ତୁ ଆଉ କିଏ କ’ଣ କହିଲା
![](https://knewsodisha.com/wp-content/uploads/2020/02/a1-1.jpeg)
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଆକ୍ଟିଭ ରହିଥାଆନ୍ତି। ୨୩ ଫେବୃୟାରୀ ବିଳମ୍ବିତ ରାତିରେ ସେ ଏକ ପୋଷ୍ଟ କରିଥିଲେ। ରାତି ପାଖାପାଖି ୨ଟା ୩୦ରେ ବିଗ୍ ବି ଟୁଇଟ୍ କରି ନିଜର ଦୁଇଟି ଫଟୋ ଶେୟାର କରିଥିଲେ।
ଟୁଇଟ୍ରେ ସେ ଲେଖିଥିଲେ ଯେ ‘ଟି-୩୪୫୦, ଲେନ୍ସ ଓ ଲାଇଟ୍ର କ୍ରିଏଟିଭ୍ ମାଷ୍ଟର ମୋ କଳ୍ପନାକୁ ଅଙ୍ଗୀଭୂତ କରୁଛି ଏବଂ ସବୁଥର ଭଳି ଏଥର ମଧ୍ୟ ମୁଁ ପ୍ରଥମେ କ୍ୟାମେରା ଲେନ୍ସ ଓ ପରେ ଦ୍ୱିତୀୟ ଆଖି(କ୍ୟାମେରା ମ୍ୟାନ୍)ଙ୍କ ଲେନ୍ସକୁ କୃତଜ୍ଞତା ଜଣାଉଛି। କିଏ ଚଷମାକୁ ଫ୍ୟାଶନ ରୂପେ ଆବିଷ୍କାର କରିଛି’?
ଏହି ଟୁଇଟ୍ ଉପରେ ୟୁଜରମାନେ ମଜାଦାର କମେଣ୍ଟସ୍ ଦେଇଛନ୍ତି। ଜଣେ ଲେଖିଛନ୍ତି, ‘ସାର୍, ଶୋଇନାହାନ୍ତି କି’? ଆଉ ଜଣେ ଲେଖିଥିଲେ, ‘କମ୍ପ୍ୟୁଟର ଜୀଙ୍କୁ ପଚାରନ୍ତୁ, ତାଙ୍କୁ ଜଣାଥିବ’। ସେହିପରି ଜଣେ ୟୁଜର ପଚାରିଥିଲେ, ‘ସାର୍, ମୁଁ ଆପଣଙ୍କର ବହୁତ ବଡ଼ ଫ୍ୟାନ୍। କିନ୍ତୁ କିଛି ଲୋକ କହୁଛନ୍ତି, ଆପଣଙ୍କ ଯୋଗୁ ଅଭିଷେକ ବଚ୍ଚନ କ୍ୟାରିୟରରେ ଭଲ କରୁନାହାନ୍ତି। କ’ଣ ଏହା ସତ’? ଫ୍ଲିଜ୍ ସ୍ପଷ୍ଟୀକରଣ ସହିତ ଉତ୍ତର ଦିଅନ୍ତୁ, ଧନ୍ୟବାଦ, ନମସ୍ତେ’।