Below header

ଓବାମାଙ୍କ ପରେ ଏବେ ଡୋନାଲ୍ଡ ଟ୍ରମ୍ପ ବି କଲେ ‘ଦିଲଓ୍ଵାଲେ ଦୁଲହନିୟା ଲେ ଜାଏଙ୍ଗେ’ କୁ ପ୍ରଶଂସା, ବଲିଉଡ୍‌କୁ କହିଲେ ସବୁଠାରୁ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅହମ୍ମଦାବାଦରେ ନମସ୍ତେ ଟ୍ରମ୍ପ ମେଗା ଇଭେଣ୍ଟରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ଅବସରରେ ଭାରତୀୟ ସିନେମା ଉଦ୍ୟୋଗକୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି ଯେ ସମସ୍ତେ ବଲିଉଡ୍‌କୁ ଭଲ ପାଆନ୍ତି।

donald

ଟ୍ରମ୍ପ ଭାଷଣରେ କହିଛନ୍ତି ଯେ ଭାରତ ପ୍ରତିବର୍ଷ ୨୦୦୦ରୁ ଊର୍ଦ୍ଧ୍ୱ ଫିଲ୍ମ ପ୍ରଡ୍ୟୁସ୍‌ କରିଥାଏ। ଏଣୁ କ୍ରିଏଟିଭି ଦୁନିଆରେ ଏହା ବଲିଉଡ୍‌ ଭାବେ ପରିଚିତ। ଏହା ପରେ ସେ ଅଭିନେତା ଶାହାରୁଖ ଖାନ୍‌ ଓ କାଜୋଲଙ୍କ ଅଭିନୀତ ଫିଲ୍ମ ‘ଦିଲଓ୍ଵାଲେ ଦୁଲହନିୟା ଲେ ଜାଏଙ୍ଗେ’ ବିଷୟରେ କହିଥିଲେ। ସେ ଭାଷଣରେ କହିଛନ୍ତି ଯେ ପୂରା ଗ୍ରହରେ ସବୁ ଲୋକ ଭାଙ୍ଗଡ଼ା, ସଙ୍ଗୀତ, ଡ୍ୟାନ୍ସ, ରୋମାନ୍ସ ଓ ଡ୍ରାମା ଏବଂ ଡିଡିଏଲ୍‌ଜେ (ଦିଲ୍‌ ଓ୍ଵାଲେ ଦୁଲହନିଆ ଲେ ଜାଏଙ୍ଗେ) ଭଳି କ୍ଲାସିକାଲ ଭାରତୀୟ ଫିଲ୍ମ ଦେଖି ଖୁସି ହୋଇଥାନ୍ତି। ଏହା ବ୍ୟତୀତ ସେ ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କ ଅଭିନୀତ ଫିଲ୍ମ ଶୋଲେ ବିଷୟରେ ମଧ୍ୟ କହିଥିଲେ।

trump says about bollywood

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଆମେରିକାରର ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଭାରତ ଗସ୍ତରେ ଆସିଥିବା ବେଳେ ମଧ୍ୟ ଡିଡିଏଲ୍‌ଜେକୁ ପ୍ରଶଂସା କରିଥିଲେ। ଏ ଅବସରରେ ବାରାକ ଓବାମା ଫିଲ୍ମର ଏକ ଡାଇଲଗ୍‌ ବି ଭାଷଣରେ କହିଥିଲେ। ସେ କହିଥିଲେ ଯେ ଆମେ ଶାହାରୁଖ ଖାନ୍‌, ମିଲଖା ସିଂହ, ମେରୀକମ୍‌ ଓ କୈଳାଶ ସତ୍ୟାର୍ଥୀଙ୍କ ପାଇଁ ଗର୍ବିତ। ବଡି ବଡି ଦେଶୋ ମେ ଛୋଟି ଛୋଟି ବାତେ ହୋତି ରେହତି ହୈ। ଆପଣମାନେ ବୁଝି ପାରୁଥିବେ ମୁଁ କ’ଣ କହିବାକୁ ଚାହୁଁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.