ଶୋ’ରେ ଅନେକ ଜୀବଜନ୍ତୁଙ୍କୁ ହତ୍ୟା କରିଥିବାରୁ ଅନୁତାପ କରୁଛନ୍ତି Bear Grylls, କହିଲେ- ମୁଁ ସେମାନଙ୍କୁ ମାରିବାକୁ ଚାହୁଁନଥିଲି

ରିଆଲିଟି ଟିଭି ସର୍ଭାଇଭାଲ ଏକ୍ସପର୍ଟ ବିୟର ଗ୍ରିଲ୍ସ (Bear Grylls) ଙ୍କୁ କିଏ ବା ନ ଜାଣେ। ଘଞ୍ଚ ଜଙ୍ଗଲ ମଧ୍ୟରେ ମାସ ମାସ ଧରି ରହି ବିୟର ଜୀବଜନ୍ତୁଙ୍କ ସହ ଭିଡିଓ କରି ସେମାନଙ୍କ ଜୀବନଧାରଣର ଶୈଳୀ ସହ ଲୋକଙ୍କୁ ପରିଚିତ କରାଉଛନ୍ତି। ତେବେ ନିକଟରେ ବିୟର ଏମିତି ଏକ ବୟାନ ଦେଇଛନ୍ତି, ଯାହା ସମସ୍ତଙ୍କ ମନକୁ ଛୁଇଁଛି।

ଏକ ଇଣ୍ଟରଭ୍ୟୁରେ ବିୟର କହିଛନ୍ତି, ମୁଁ କ୍ୟାରିୟର ଆରମ୍ଭ ବେଳେ ଅନେକ ଜୀବଜନ୍ତୁଙ୍କୁ ମାରିଛି। ମୁଁ ସେମାନଙ୍କୁ ମାରିବାକୁ ଚାହୁଁ ନଥିଲି। ସେତେବେଳେ ମୋତେ ଲାଗୁଥିଲା ଯେ ବଞ୍ଚି ରହିବା ଓ ଭୋଜନ କରିବା ମାମଲାରେ ଜୀବିତ ରହିବା ଠିକ୍‌। ଏଣୁ ମୁଁ ଅନେକ ସାପ ଓ ଅନ୍ୟ ଜୀବଜନ୍ତୁଙ୍କୁ ହତ୍ୟା କରିଛି। କିନ୍ତୁ ଏବେ ମୁଁ ଏସବୁଠାରୁ ବହୁତ ଦୂରକୁ ଚାଲି ଆସିଛି। ଏବେ ଆଉ ସେଭଳି କୌଣସି କାମ କରୁନାହିଁ, ଯାହା ଅନ୍ୟଙ୍କୁ କଷ୍ଟ ଦେବ।

 

View this post on Instagram

 

A post shared by Bear Grylls OBE (@beargrylls)

ଗ୍ରୀଲ୍ସ ନିଜ ଶୋ’ରେ ନିରାମିଷାଶୀ ସେଲିବ୍ରିଟିଙ୍କ ସହ ନିଜ ଅନୁଭବରୁ ପ୍ରେରଣା ନେଇଥିବା କଥା ମଧ୍ୟ କହିଛନ୍ତି। ସେମାନେ ମାଂସ ଖାଇବା ପ୍ରତି ତାଙ୍କ ଚିନ୍ତା ଧାରାକୁ ବଦଳାଇ ଦେଇଛନ୍ତି ବୋଲି ବିୟର କହିଛନ୍ତି। ଗ୍ରୀଲ୍ସଙ୍କ କହିବାନୁସାରେ, ମୁଁ ଅନେକ ନିରାମିଷାଶୀ ସେଲିବ୍ରିଟିଙ୍କୁ ଜଙ୍ଗଲରେ ବୁଲାଇଛି। ଏହା ଏକ ଅଦ୍ଭୁତ ସାହସିକତା କାର୍ଯ୍ୟ। ଏହାକୁ ମୁଁ ଖୁବ୍‌ ସମ୍ମାନ କରେ ବୋଲି ଗ୍ରୀଲ୍ସ କହିଛନ୍ତି।

 

View this post on Instagram

 

A post shared by Bear Grylls OBE (@beargrylls)

ସୂଚନାଯୋଗ୍ୟ ଯେ ବିୟର Escape from Hell, Running Wild with Bear Grylls, Bear Grylls Survival School, Absolute Wild ଶୋ’ରେ କାମ କରିଛନ୍ତି। ତାଙ୍କ ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଭିନେତା ଅଜୟ ଦେବଗନ୍‌, ଅକ୍ଷୟ କୁମାର, ରଜନୀକାନ୍ତ, ଭିକ୍କି କୌଶଲ, ନିକ ଜୋନସ୍‌, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରମୁଖ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.