iPhone ୟୁଜର୍ସଙ୍କ ପାଇଁ ବଢ଼ିଆ ଖବର, ଆଇଫୋନରେ HEIC ଫଟୋଜକୁ JPG ଫର୍ମାଟରେ କେମିତି ବଦଳାଇବେ ଜାଣନ୍ତୁ

ଜେପିଜି ତୁଳନାରେ କମ୍‌ ସ୍ପେସ୍‌ ଖର୍ଚ୍ଚ କରି କ୍ୱାଲିଟୀ ଫଟୋ ଦେଇଥାଏ କିନ୍ତୁ ଲାପଟପ୍‌ କିମ୍ବା କମ୍ପ୍ୟୁଟରରେ ଏହି ଫଟୋ ଓପନ ନହୋଇ ଆପଣଙ୍କୁ ଚିନ୍ତାରେ ପକାଇଥାଏ। ତେବେ ଯଦି ଆପଣ ବି ଏମିତି ସମସ୍ୟାରେ ଅଛନ୍ତି ଯେ ଫଟୋ କେମିତି ଜେପିଜି ଫର୍ମାଟରେ ଉଠିବ ଆଉ ଯଦି ଏହାର ଉପାୟ ପାଇବାକୁ ଚାହୁଁଛନ୍ତି ତେବେ ତାହେଲେ ଏହି ଟ୍ରିକ ନିହାତି ଭାବେ ସାହାଯ୍ୟ କରିବ। ଆଜି ଆମେ ଆପଣଙ୍କୁ ଏଠାରେ ଏମିତି ଟ୍ରିକ୍ସ ଜଣାଇବୁ ଯାହାଦ୍ୱାରା ଆପଣ ଫର୍ମାଟକୁ ଜେପିଜି ଫର୍ମାର୍ଟରେ ପରିବର୍ତ୍ତନ କରିପାରିବେ।

Apple iOS 11 ସହିତ ଫଟୋଜ ଏବଂ ଭିଡିଓଜ ପାଇଁ ନିଜର ଡେଫଲ୍ଟ କ୍ୟାମେରା ଫର୍ମାଟ JPG ରେ ବଦଳାଇ HEIC (High-Efficiency Image Format)ରେ କରିଦିଆଯାଇଥିଲା। ଯାହାଦ୍ୱାରା ଆଇଫୋନରେ କମ୍‌ ସ୍ପେସ୍‌ ବ୍ୟବହାର ହୋଇପାରିବ। ଯଦିଓ ଏହା ପୁରୁଣା ପରିବର୍ତ୍ତନ, କିନ୍ତୁ ଏହି ପରିବର୍ତ୍ତନ ପରେ ଆପଣ ଯେତେବେଳେ ବି ନିଜ ଆଇଫୋନ ଫଟୋଜ ଏବଂ ଭିଡିଓଜକୁ ନିଜ ଲାପଟପରେ କପି କରନ୍ତି ତାହେଲେ ତାହା ଓପନ ହୋଇନଥାଏ। ଏହାର କାରଣ ହୋଇଥାଏ HEIC ଫର୍ମାଟ।

HEIC ଜେପିଜି ତୁଳନାରେ କମ୍‌ ସ୍ପେସ୍‌ ଖର୍ଚ୍ଚ କରି କ୍ୱାଲିଟୀ ଫଟୋ ଦେଇଥାଏ କିନ୍ତୁ ଲାପଟପ୍‌ ଏବଂ କମ୍ପ୍ୟୁଟରରେ ଏହା ଓପନ ହୋଇନଥାଏ। ଯାହା ପାଇଁ ଆପଣ ବହୁତ ଚିନ୍ତିତ ହୋଇଯାନ୍ତି। ସେହିପରି Apple ଆପଣଙ୍କ କ୍ୟାମେରା ଆପରେ ଡେଫଲ୍ଟ ସେଟିଙ୍ଗକୁ ବଦଳାଇବା ପାଇଁ ବି କୌଣସି ସୁବିଧା ଦେଇନଥାଏ। ତେବେ ଏମିତିରେ ଆପଣ ସେଟିଙ୍ଗକୁ ଯାଇ ଫର୍ମାଟକୁ ବଦଳାଇବେ କେମିତି? ଏହାର ଟ୍ରିକ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ଏଥିରେ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି HEIC ଫର୍ମାଟ୍‌ ଥିବା ଫଟୋକୁ କେମିତି କନଭର୍ଟ କରଯାଇପାରିବ।

ଜାଣନ୍ତୁ ତରିକା

ସର୍ବପ୍ରଥମେ ନିଜ iPhone ସେଟିଙ୍ଗକୁ ଯାଆନ୍ତୁ।

camera
ଏବେ Camera ଉପରେ ଟ୍ୟାପ୍‌ କରନ୍ତୁ। ଏଠାରେ ଆପଣଙ୍କୁ Formats, Grid, Preserve Settings ଏବଂ Camera Mode ଭଳି ବିକଳ୍ପ ଦେଖାଯିବ।
ଆପଣଙ୍କୁ Formats ଉପରେ କ୍ଲିକ କରିବାକୁ ହେବ।
formatଏବେ ଏଠାରେ ଆପଣଙ୍କୁ ଦୁଇଟି ଅପସନ୍‌ ଦେଖାଦେବ।
ହାଇ ଏଫିସିଏନ୍ସୀ ଏବଂ ମୋଷ୍ଟ କମ୍ପାଟିବଲ। ହାଇ ଏଫିସିଏନ୍ସୀରେ HEIF (ଫଟୋ ) ଏବଂHEVC (ଭିଡିଓ ) କ୍ୟାପଚର କରିବାର ଅନୁମତି ଦେଇଥାଏ।
formatsମୋଷ୍ଟ କମ୍ପାଟିବଲରେ ଆପଣଙ୍କୁ JPEG ଏବଂ ଭିଡିଓରେ H.264ରେ ଫଟୋ ଉଠାଇପାରିବେ।
ଏଠାରେ ଆପଣଙ୍କୁ HEIC (High-Efficiency Image Format)କୁ  Most Compatibleରେ ବଦଳାଇବାକୁ ହେବ।
ଏବେ ଆପଣଙ୍କ ଫଟୋଜ ଆପେ ଆପେ HEIC ବଦଳରେ JPGରେ ସେଭ ହୋଇଯିବ।

ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଯେଉଁ ଫଟୋ ଆପଣ ଉଠାଇସାରିଛନ୍ତି ତାହେଲେ ସେହି ଫଟୋ ସବୁ ଫର୍ମାଟରେ ହିଁ ରହିବ। କିନ୍ତୁ ଯେଉଁ ଫଟୋକୁ ଆପଣ ସେଟିଙ୍ଗରେ ପରିବର୍ତ୍ତନ କରି ଉଠାଇବେ କେବଳ ସେହି ଫଟୋ ସବୁ ସେଭ ହୋଇ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.