ବିଗ୍ ବସ୍ ଆସିବା ଆଗରୁ ଖତରନାକ୍ ବଡି ବନାଇଲେ ଏହି ଅଭିନେତା, ସବୁ ବଲିଉଡ୍ ଷ୍ଟାର୍ ମାରିବେ ଫେଲ୍

ମୋଷ୍ଟ ପପୁଲାର ଟିଭି ରିଆଲିଟି ସୋ ବିଗ୍ ବସ୍ ର ୧୨ତମ ସଂସ୍କରଣ ୧୬ ସେପ୍ଟେମ୍ବର ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ଭାଗ ନେଉଥିବା ପ୍ରତିଯୋଗୀ ମାନଙ୍କର ଲିଷ୍ଟ ମଧ୍ୟ ଲିକ୍ ହୋଇଯାଇଥିବା ଶୁଣିବାକୁ ମିଳୁଛି । ତେବେ ଏହି ବିଷୟକୁ ନେଇ ବର୍ତ୍ତମାନ ଆମେ କଥା ହେବା ଟେଲିଭିଜନ୍ ଆକ୍ଟର ସଲିନ୍ ଭନୋଟ୍ ଙ୍କ ବିଷୟରେ , ଯିଏ ବିଗ୍ ବସ୍ ସୋରେ ନଜର ଆସିବାକୁ ଯାଉଛନ୍ତି । ତେବେ ସଲିନ୍ ସୋ କୁ ଆସିବା ପୂର୍ବରୁ ନିଜର ଲୁକ୍ ପୁରା ବଦଳାଇ ଦେଇଛନ୍ତି ।

ଆସନ୍ତୁ ଜାଣିବା ସଲିନଙ୍କ ବିଷୟରେ

ଆକ୍ଟର ସଲିନଙ୍କୁ ଟିଭି ସିରିଏଲ୍ ’ସୂର‌୍ୟ୍ୟପୁତ୍ର କର୍ଣ୍ଣ ଆଉ ଦୋ ହଂସୋ କା ଯୋଡା’ରେ ଦେଖିବାକୁ ପାଇଛେ। ସେ ବହୁତ ଦିନ ହେବ ଟେଲି ଜଗତରେ କାମ କରି ଆସୁଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ବିଗ୍ ବସ୍ ୧୨ରେ ସେ ନଜର ଆସିବେ । ସୋ ରେ ଆସିବା ପୂର୍ବରୁ ସେ ଜିମ୍ ଯିବା ସହ ନିଜର ଶରୀରକୁ ଏକ ନୂଆ ଲୁକ୍ ଦେଇଛନ୍ତି ।

shaleenଟିଭି ସିରିଏଲ୍ ଦୋ ହଂସୋ କା ଯୋଡା ରେ ସୂର‌୍ୟ୍ୟକମଲ ନାମରେ ଏକ ସାଧାସିଧା ଚରିତ୍ରରେ ସେ ନଜର ଆସିଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର ବଡି ଏବଂ ହେୟାର ଷ୍ଟାଇଲ୍ କୁ ଦେଖି ଝିଅମାନେ ତାଙ୍କର ଦିୱାନା ହୋଇବସିଲେଣି । ତାଙ୍କର ଷ୍ଟାଇଲ୍ ଦେଖିକି ଲାଗୁଛି କି ବିଗ୍ ବସ୍ ରେ ଦର୍ଶକ ମାନଙ୍କର ଧ୍ୟାନ ତାଙ୍କ ଉପରେ ରହିବ ।ବିଗ୍ ବସ୍ ର ଫ୍ୟାନ୍ ମାନଙ୍କୁ ସୋ ଦେଖିବା ପାଇଁ ବହୁତ ଉତ୍ସାହିତ ଥିବାବେଳେ ଏପଟେ ପ୍ରଡକ୍ସନ୍ ହାଉସ୍ ମଧ୍ୟ ନିଜର କାମ ଯୋରସୋରରେ କରୁଛନ୍ତି ।

salman-khanଏଠାରେ କହି ରଖୁଛୁ ଯେ ସଲମାନ୍ ଏହି ସଂସ୍କରଣ ପାଇଁ ୩୦୦ କୋଟି ରୁ ଅଧିକ ଫିସ୍ ନେଉଛନ୍ତି । ଚଳିତ ବର୍ଷ ସୋ ର ଥିମ୍ ଯୋଡି ସ୍ପେଶିଆଲ୍ ଥିବାରୁ ଏଥିରେ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ବିଗ୍ ବସ୍ ଘର ଭିତରକୁ ଯିବା ପୂର୍ବରୁ ସଲମାନ ଯୋଡି ତିଆରି କରି ପଠାଇବେ । ତେବେ ଏହି ସବୁ କଥା ଜାଣିବା ପଣେ ବର୍ତ୍ତମାନ ଜଣାପଡୁଛି ଯେ ଏହି ସୋ ଚଳିତ ବର୍ଷ ବହୁତ ଏଣ୍ଟରଟେନ୍ କରିବ ।

Leave A Reply

Your email address will not be published.