Below header

ରିଲିଜ୍ ପୂର୍ବରୁ NTRଙ୍କ ବାୟୋପିକ୍ କଲା ୧୦୦ କୋଟି ପାର, ଜାଣନ୍ତୁ କିପରି

ମୁମ୍ବାଇ : ଚଳିତବର୍ଷ ସବୁଠାରୁ ଅଧିକ ଅପେକ୍ଷାରତ ଫିଲ୍ମ ମାନଙ୍କ ମଧ୍ୟରେ ରହିଛି NTRଙ୍କ ବାୟୋପିକ୍। ଆସନ୍ତା ୯ ତାରିଖରେ ଏହାର ପ୍ରଥମ ଭାଗ ରିଲିଜ୍ ହେବାକୁ ଥିବା ବେଳେ ରିଲିଜ୍ ପୂର୍ବରୁ ହିଁ ଏହା ଭାଙ୍ଗିଛି ବକ୍ସଅଫିସର ସବୁ ରେକର୍ଡ। ଆଜ୍ଞା ହଁ, NTRଫିଲ୍ମ ରିଲିଜ୍ ପୂର୍ବରୁ କେବଳ ଡିଜିଟାଲ ଏବଂ ଥ୍ରିଏଟର ରାଇଟ୍ସ ବିକ୍ରି ଦ୍ବାରା ୧୦୦କୋଟି ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି। ତେବେ ଏନେଇ ଜଣାପଡ଼ୁଛି କି, ଫିଲ୍ମଟି ବକ୍ସଅଫିସରେ ସମସ୍ତ ରେକର୍ଡ଼କୁ ପାର କରିବ।

ସୂଚନା ଅନୁଯାୟୀ, ଆମାଜନ ପ୍ରାଇମରେ ଏହି ଫିଲ୍ମର ରାଇଟ୍ସକୁ ୨୫କୋଟି ଟଙ୍କା ଦେଇ କିଣିଥିବା ବେଳେ ଏହା ତେଲୁଗୁ ଫିଲ୍ମ ପାଇଁ ବର୍ତ୍ତମାନ ପର‌୍ୟ୍ୟନ୍ତ ରେକର୍ଡ ପ୍ରାଇସ ବୋଲି କୁହାଯାଉଛି।


ଜାନୁଆରୀ ୯ ତାରିଖରେ ଫିଲ୍ମର ପ୍ରଥମ ଭାଗ କଥାନାୟକୁଡ଼ୁ ରଖାଯାଇଛି। ଏଥିରେ NTRଙ୍କର ଫିଲ୍ମ ଯାତ୍ରାକୁ ଦେଖାଯାଇଛି। ସେପରି ଦ୍ବିତୀୟ ଭାଗରେ ୨୪ ଜାନୁଆରୀ ୨୦୧୯ରେ ରିଲିଜ୍ ହେବ। ଯେଉଁଥିରେ ତାଙ୍କର ରାଜନୈତିକ ଜୀବନ ଉଲ୍ଲେଖ କରାଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ସେ ପ୍ରାୟ ୭ବର୍ଷ ପର‌୍ୟ୍ୟନ୍ତ ଆନ୍ଦ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ।

ntr

ଫିଲ୍ମରେ ବଲିଉଡ଼ର କଳାକାର ବିଦ୍ୟାବାଳନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏଥିରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଛନ୍ତି ବିଦ୍ୟା ବାଲନ। ସେ ଏଥିରେ ଏକ ହାରମୋନିୟମ୍ ବଜାଉଥିବା ନଜର ଅସୁଛନ୍ତି। ତେବେ ଫିଲ୍ମରେ ବିଦ୍ୟା ବାଳନ ଏନଟିଆରଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.