ପୁସ୍ତକ ମେଳାରେ ପକେଟ୍‌ ମାର କରୁଥିଲେ ଅଭିନେତ୍ରୀ ରୁପା ଦତ୍ତା, ପୋଲିସ ଦେଖି କଲା ଗିରଫ

କୋଲକତା ପୁସ୍ତକ ମେଳାରୁ ଚୋରି କରି ଅଭିନେତ୍ରୀ ରୁପା ଦତ୍ତା ଗିରଫ। ଅଭିନେତ୍ରୀ ଜଣକ କୋଲକତାରେ ଚାଲିଥିବା ଅନ୍ତର୍ଜାତୀୟ କୋଲକତା ପୁସ୍ତକ ମେଳାରୁ ଚୋରି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ବୋଲି ପୋଲିସ ଗଣମାଧ୍ୟମକୁ ଜଣାଇଛି। ଏକାଧିକ ଟିଭି ଧାରାବାହିକରେ ଅଭିନୟ କରିଥିବା ରୁପା ପୁସ୍ତକ ମେଳାରେ ଏକ ପର୍ସକୁ ଡଷ୍ଟବିନିରେ ଫିଙ୍ଗୁଥିବା ପୋଲିସ ଦେଖିବାକୁ ପାଇଥିଲା। ତା’ ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା।

ବିଧାନ ନଗର ଉତ୍ତର ପୋଲିସ ଷ୍ଟେସନର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ପୋଲିସ କର୍ମଚାରୀ ତାଙ୍କୁ ଏକ ଡଷ୍ଟବିନରେ ପର୍ସ ଫିଙ୍ଗୁଥିବାର ଦେଖିଥିଲେ। ତା’ପରେ ତାଙ୍କୁ ଅଟକ ରଖାଯାଇ ଥିଲା ଏବଂ ପଚରାଉଚରା କରାଯାଇଥିଲା। ତେବେ ପଚରାଉଚୁରା ସମୟରେ ତାଙ୍କ କଥାରେ ତାଳମେଳ ରହୁନଥିଲା। ପରେ ପୋଲିସ ସନ୍ଦେହ କରି ତାଙ୍କ ବ୍ୟାଗ୍‌ ଚେକ୍‌ କରିବା ପରେ ତାଙ୍କ ବ୍ୟାଗରୁ ଅନେକ ପର୍ସ ଏବଂ ନଗଦ ୭୫ ହଜାର ଟଙ୍କା ମିଳିଥିଲା।

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ଦତ୍ତା ପୂର୍ବରୁ ଚର୍ଚ୍ଚାରେ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.