ଜବରଦସ୍ତ ଆକ୍ସନ, ରୋମାନ୍ସ ଓ ଦେଶଭକ୍ତି, ଆସିଲା ବହୁ ପ୍ରତୀକ୍ଷିତ ଭାଇଜାନଙ୍କ ‘ଭାରତ୍‌’ର ଟ୍ରେଲର

ଜବରଦସ୍ତ ଆକ୍ସନ, ରୋମାନ୍ସ ଓ ଦେଶଭକ୍ତି । ପୁଣି ଥରେ ପୂରା ମସାଲା ପ୍ୟାକ୍‌ ସହ ଆସୁଛନ୍ତି ଭାଇଜାନ୍‌ । ବଡ଼ ପରଦାରେ ଧମାଲ୍‌ ମଚାଇବ ସଲମାନ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତ । ଭାରତ-ପାକିସ୍ତାନର ବିଭାଜନକୁ ନେଇ ଫିଲ୍ମର କାହାଣୀ ପ୍ରସ୍ତୁତ ହୋଇଛି । ରିଲିଜ୍‌ ହୋଇଥିବା ତିନି ମିନିଟ୍‌ ୧୧ ସେକେଣ୍ଡର ଟ୍ରେଲରରେ ରହିଛି ଦେଶଭକ୍ତିର କଥା । ଟ୍ରେଲର ଆରମ୍ଭ ହୋଇଛି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଡାଇଲଗ୍‌ରୁ । ଭାରତ ଚରିତ୍ରରେ ନଜର ଆସିଛନ୍ତି ସଲମାନ୍‌ ଖାନ୍‌ । ଫିଲ୍ମରେ ଭାରତ ଜୀବନରେ ଘଟିଥିବା ୭୧ ବର୍ଷର କାହାଣୀ ଦେଖିବାକୁ ମିଳିବ । ସଲମାନଙ୍କ ଲେଡି ଲଭ୍‌ ସାଜିଛନ୍ତି କ୍ୟାଟ୍ରିନା କୈଫ୍‌ । ଦୁଇ ଜଣଙ୍କ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିବ ଏହି ଫିଲ୍ମରେ । ଏହା ସହ ରୋମାନ୍ସ ଓ ଦେଶଭକ୍ତି ସହ କମେଡିର ଛୁଙ୍କ ଦେଇଛନ୍ତି ଫେମସ୍‌ କମେଡିଆନ୍‌ ସୁନୀଲ ଗ୍ରୋଭର । ଫିଲ୍ମ ଭାରତରେ ଦିଶା ପଟାନୀ, ତବୁ, ଜ୍ୟାକି ଶ୍ରଫ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଏହା କୋରିଆନ୍‌ ମୁଭି ‘ଓଡ୍‌ ଟୁ ମାଇଁ ଫାଦର’ର ହିନ୍ଦୀ ରିମେକ୍‌ । ଆସନ୍ତା ଜୁନ୍‌ ୫ ତାରିଖରେ ଫିଲ୍ମ ଭାରତ ବଡ଼ ପରଦାକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.