‘କେବିସି ୧୨’ରେ କରୋନାରୁ ରକ୍ଷା ପାଇବା ପାଇଁ ମୁଁହରେ ଶିଲଡ ଲଗାଇଲେ ଅମିତାଭ ବଚ୍ଚନ, ଫଟୋ କଲେ ସେୟାର

ବଲିଉଡର ମହାନ ଅଭିନେତା ଅମିତାଭ ବଚ୍ଚନ ନିକଟରେ କରୋନାରୁ ଭଲ ହୋଇ କାମକୁ ଫେରିଛନ୍ତି ଏବଂ ସେ ଏହି ସମୟରେ ନିଜ ସ୍ୱାସ୍ଥ୍ୟ ସହିତ ଅନ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବି ପୂରା ଧ୍ୟାନ ରଖୁଛନ୍ତି। ବିଗ ବି ଇନଷ୍ଟାଗ୍ରାମରେ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି ୧୨’ର ସେଟରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଫେସ ଶିଲଡ ସହିତ ନଜର ଆସୁଛନ୍ତି। ଫଟୋ ସେୟାର କରି ବିଗ ବି କ୍ୟାପସନ ଲେଖିଛନ୍ତି ଯେ ‘ସୁରକ୍ଷିତ ରୁହନ୍ତୁ ଏବଂ ସୁରକ୍ଷାରେ ରୁହନ୍ତୁ’।

ସୂଚନାଥାଉ କି, ଜୁଲାଇରେ କରୋନା ଯାଞ୍ଚରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨ ଅଗଷ୍ଟରେ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ବିଗ ବି ନିକଟରେ ‘କେବିସି ୧୨’ ପାଇଁ ସୁଟିଂ ଆରମ୍ଭ କରିଛନ୍ତି ଏବଂ ସେ ଲଗାତାର ସେଟରୁ ଫଟୋ ସେୟାର କରିବାରେ ଲାଗିଛନ୍ତି।

 

View this post on Instagram

 

… be safe .. and be in protection ..

A post shared by Amitabh Bachchan (@amitabhbachchan) on

Leave A Reply

Your email address will not be published.