Below header

Google Play Storeକୁ ପୁଣି ଫେରିଲା Paytm, କିନ୍ତୁ ଏବେ ଏହି ଆପରେ ହୋଇଛି ଏଭଳି ପରିବର୍ତ୍ତନ

ଗୁଗଲ ପ୍ଲେ ଷ୍ଟୋରରୁ କିଛି ଘଣ୍ଟା ପାଇଁ ହଟିବା ପରେ ମୋବାଇଲ ୱାଲେଟ ଆପ୍ଲିକେସନ ପେଟିଏମ(Paytm Android App) ପୁଣିଥରେ ପ୍ଲାଟଫର୍ମକୁ ଫେରିଛି। ପେଟିଏମ ଟୁଇଟ କରି ଶୁକ୍ରବାର ସନ୍ଧ୍ୟାରେ ଏ ନେଇ ସୂଚନା ଦେଇଛି। ତେବେ ଗୁଗଲ ପ୍ଲେ ଷ୍ଟୋର ପେଟିଏମ ଆପକୁ ଜୁଆ ଖେଳାଯିବା ଅଭିଯୋଗରେ ନିଜ ପ୍ଲାଟଫର୍ମରୁ ହଟେଇ ଦେଇଥିଲା।

bcbf

ଗୁଗଲ ପ୍ଲେ ଷ୍ଟୋର କହିଥିଲା କି, ସେ ଗ୍ୟାବଳିଙ୍ଗ ଆପକୁ ସମର୍ଥନ କରୁନାହିଁ ଏବଂ ଜୁଆ ସହିତ ଜଡ଼ିତ ଏହାର ନୀତିଗୁଡିକୁ ଉଲ୍ଲଂଘନ କରିବା କାରଣରୁ ପେଟିଏମକୁ ହଟାଯାଇଛି। ସେପଟେ ପେଟିଏମ, ୟୁଜରମାନଙ୍କୁ ଆଶ୍ୱସ୍ତ କରି କହିଥିଲା, ସେମାନେ ଗୁଗଲ ସହ ମିଶି ଏହି ସମସ୍ୟା ଉପରେ କାମ କରୁଛନ୍ତି। ୟୁଜର୍ସଙ୍କ ପେଟିଏମ ୱାଲେଟରେ ପଡ଼ିଥିବା ପଇସା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି।

ପେଟିଏମ ଆହୁରି କହିଛି ଯେ ନିକଟରେ ଆମେ କଂଯ୍ୟୁମର ଆପରେ ‘Paytm Cricket League’ ଲଞ୍ଚ କରିଥିଲୁ। ଏହି ଗେମ ଗ୍ରାହକଙ୍କ ମଧ୍ୟରେ କ୍ରିକେଟ ପ୍ରତି ଜୋସ ଆଣିବା ଏବଂ କ୍ୟାଶବ୍ୟାକ ଜିତିବା ପାଇଁ ଥିଲା। ଏହି ଗେମ ଅଧୀନରେ ୟୁଜରମାନେ ପ୍ରତ୍ୟେକ ଟ୍ରାଞ୍ଜାକସନ ପାଇଁ ଖେଳାଳିମାନଙ୍କ ଷ୍ଟିକର୍ସ ପ୍ରାପ୍ତ କରନ୍ତି। ଏହାକୁ କଲେକ୍ଟ କରିବା ପରେ ସେମାନଙ୍କୁ କ୍ୟାଶବ୍ୟାକ ମିଳିଥାଏ।

j,j

ସେମାନଙ୍କୁ ଶୁକ୍ରବାର ଦ୍ୱିପ୍ରହରରେ ଗୁଗଲ ତରଫରୁ ସୂଚନା ଦିଆଯାଇଥିଲା କି, ଜୁଆ ଖେଳ ସମ୍ବନ୍ଧୀୟ କିଛି ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ପ୍ଲେ ଷ୍ଟୋରରୁ ଏହି ଆପକୁ ହଟାଯାଉଛି। ଏଥିପାଇଁ ପେଟିଏମ ଆଣ୍ଡ୍ରଏଡ ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ଅନଲିଷ୍ଟ କରି ଦିଆଯାଇଥିଲା। ପେଟିଏମ ବ୍ଲଗରେ ଆଗକୁ ଲେଖିଛି ଯେ ପେଟିଏମରେ ଏହି ଆକ୍ଟିଭିଟି ସମ୍ପୂର୍ଣ୍ଣ ନିୟମାନୁସାରେ ହୋଇଛି। ଆମେ ଅସ୍ଥାୟୀ ରୂପରେ କ୍ୟାଶବ୍ୟାକ କମ୍ପୋନେଣ୍ଟକୁ ଆପରୁ ହଟାଇ ଦେଇଛୁ, ଯେପରି ଗୁଗଲ ନିୟମ ଉଲ୍ଲଂଘନ ନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.