ଆଜି ରାଜ୍ୟରେ ୪୧୦୧ କରୋନା ଆକ୍ରାନ୍ତ ସୁସ୍ଥ, ଆଜି ବି ଖୋର୍ଦ୍ଧାର ସର୍ବାଧିକ ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ପୁଣି ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ଆଜି ରାଜ୍ୟରେ ୪୧୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ଦେଲା ସୂଚନା। ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର ୭୮୨, କଟକର ୫୫୦,ପୁରୀର ୨୯୮,ବଲାଙ୍ଗିରର ୧୯୩, ଯାଜପୁରର ୧୬୯,କେନ୍ଦ୍ରାପଡାର ୧୩୨,ସୋନପୁରର ୧୨୧, ଜଗତସିଂହପୁରର ୧୧୫, ନବରଙ୍ଗପୁର ୧୧୫, ନୂଆପଡାର ୧୧୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।


ସେହିଭଳି କନ୍ଧମାଳର ୧୦୨, ଗଞ୍ଜାମର ୯୮, ବରଗଡର ୯୪,ରାୟଗଡାର ୮୯,ବାଲେଶ୍ବରର ୮୦, ସମ୍ବଲପୁରର ୭୮, ଭଦ୍ରକର ୭୭,କେନ୍ଦୁଝରର ୭୭,କୋରାପୁଟର ୭୫,କଳାହାଣ୍ଡିର ୭୧, ଝରସୁଗୁଡାର ୫୯,ଢେଙ୍କାନାଳର ୫୨,ମୟୂରଭଞ୍ଜର ୪୯,ନୟାଗଡର ୪୭,ବୌଦ୍ଧର ୩୮,ମାଲକାନଗିରିର ୩୪ ଜଣ, ଗଜପତିର ୨୫, ସୁନ୍ଦରଗଡର ୨୩,ଅନୁଗୁଳର ୧୬,ଦେବଗଡର ୧୦, ଷ୍ଟେଟ ପୁଲର ୩୨୦ ଜଣ  କରୋନାରୁ ଆରୋଗ୍ୟ ହୋଇଛନ୍ତି। ଏହି ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା  ୧୩୭୫୬୭ରେ ପହଞ୍ଚିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.