ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଓ ବ୍ୟାୟାମର ଟାଇମ୍‌ ଟେବଲ୍‌, କିପରି ରଖନ୍ତି ନିଜକୁ ଫିଟ୍‌ 

ନୂଆଦିଲ୍ଲୀ : ସେଲିବ୍ରେଟି ହୁଅନ୍ତୁ ବା ରାଜନେତା । ଅଧିକାଂଶ ବ୍ୟକ୍ତି ସେମାନଙ୍କର ଲାଇଫ୍‌ ଷ୍ଟାଇଲ ବିଷୟରେ ଜାଣିବାକୁ ଇଚ୍ଛା କରିଥାନ୍ତି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ହେଲେ ବି ନିଜର ଭାଷଣ, ଲାଇଫ୍‌ ଷ୍ଟାଇଲ ଓ ରଣନୀତିକୁ  ନେଇ ସେ ସମସ୍ତଙ୍କ ନିକଟରେ ଜଣେ ପ୍ରିୟ ନେତା । ଖାଲି ସେତିକି ନୁହେଁ ଏ ବୟସରେ ମଧ୍ୟ ଶ୍ରୀ ମୋଦି ଯେଭଳି ଫିଟ୍‌ ଆଣ୍ଡ ଫାଇନ୍‌ ସେପରି ଏନର୍ଜେଟିକ ମଧ୍ୟ । ଆସନ୍ତୁ ଜାଣିବା କିପରି ରହିଛି ପ୍ରଧାନମନ୍ତ୍ରୀଙ୍କ ଜୀବନ ଶୈଳୀ । ଯାହାଫଳରେ ସେ ଏ ବୟସରେ ମଧ୍ୟ ଏତେ ଆକ୍ଟିଭ ରହିପାରୁଛନ୍ତି ।

MODIJI.jpg-1

ଯୋଗରୁ ଆରମ୍ଭ ହୁଏ ତାଙ୍କର ଦିନଚର୍ଯ୍ୟା

ଭୋର ୪ଟାରୁ ଉଠି ପଡନ୍ତି ଶ୍ରୀ ମୋଦି । ତା’ପରେ ଦୈନିକ ୧ ଘଣ୍ଟା ଯୋଗ କରିଥାନ୍ତି ଓ ଅଧା ଘଣ୍ଟା ଚାଲିଥାନ୍ତି । ଯୋଗ ମଧ୍ୟରେ ରହିଛି ସୂର୍ଯ୍ୟ ନମସ୍କାର, ପ୍ରାଣାୟମ, ସୁଖାସନ,ଉଷ୍ଟ୍ରାସନ ଓ ବଜ୍ରାସନ । ଦିନକୁ ଯେପରି ୫/୬ ଘଣ୍ଟା ନିଦ୍ରା ମିଳେ ଏହାର ମଧ୍ୟ ଧ୍ୟାନ ରଖିଥାନ୍ତି । ଏହି ରୁଟିନକୁ ଫଲୋ କରି ଶ୍ରୀ ମୋଦି ୧୪ରୁ ୧୬ ଘଣ୍ଟା ନନ୍‌ ଷ୍ଟପ୍‌ କାମ କରିବାର ଶକ୍ତି ପାଇଥାନ୍ତି । ସେ ତାଙ୍କ ପାର୍କରେ ଚାଲିବା ବେଳେ ୫ ତତ୍ତ୍ୱ ସହ ଯେପରି ସଂଯୋଗ ହେବ ସେହି ଅନୁଯାୟୀ ପାର୍କରେ ପୃଥ୍ଵୀ, ଜଳ, ଅଗ୍ନି,ବାୟୁ ଓ ଆକାଶର ଦୃଶ୍ୟ ନେଇ ଟ୍ରାକ୍‌ କରିଥାନ୍ତି । ଶ୍ରୀ ମୋଦି ବ୍ରିଦିଂ ଏକ୍ସରସାଇଜ ମଧ୍ୟ କରିଥାନ୍ତି ।

MODIJI

ନେଇଥାନ୍ତି ସନ୍ତୁଳିତ ଆହାର

ଶ୍ରୀ ମୋଦି ସନ୍ତୁଳିତ ଆହାର ନେବା ସହ ସପ୍ତାହରେ ଦିନେ ଉପବାସ ରହିଥାନ୍ତି । ଏଥିସହ ନବରାତ୍ରର ୯ ଦିନ ବ୍ରତ ମଧ୍ୟ କରିଥାନ୍ତି । ଏହି ସମୟରେ ସେ କେବଳ ଲେମ୍ବୁ ପାଣି ପିଇଥାନ୍ତି ।

ବ୍ରେକ୍‌ଫାଷ୍ଟ- ତାଙ୍କର କୁକ୍‌ ବଦରୀ ମିନା କୁହନ୍ତି ଯେ ମୋଦିଜୀଙ୍କ ଖାଇବାରେ କୈାଣସି ଖାସ୍‌ ଡିମାଣ୍ଡ ନଥାଏ । ବ୍ରେକ୍‌ଫାଷ୍ଟରେ ପୋହା, ଉପମା, କାକରା, ଇଡ୍‌ଲି, ଦୋଷା ଓ ଖିଚିଡି ନେଇଥାନ୍ତି । ଏହାପରେ ୧ କପ୍‌ ଅଦା ଚାହା ପିଇଥାନ୍ତି ।

 

ଲଞ୍ଚ୍‌ – ଲଞ୍ଚ୍‌ରେ ଡାଲି, ଭାତ, ତରକାରୀ,ରୁଟି ଓ ଦହି ପସନ୍ଦ କରିଥାନ୍ତି । ଯଦି କୈାଣସି କାର୍ଯ୍ୟକ୍ରମରେ ବାହାରେ ଥାନ୍ତି ତ ଲଞ୍ଚ୍‌ରେ ଫଳ କିମ୍ବା ଫ୍ରୁଟ୍‌ ସଲାଡ୍‌ ନେଇଥାନ୍ତି ।

ଡିନର – ରାତି ସମୟରେ ଗୁଜୁରାଟି ରୁଟି, ଡାଲି ଓ ସବ୍‌ଜି କିମ୍ବା ଗୁଜୁରାଟି ଷ୍ଟାଇଲ୍‌ ଖିଚିଡି ଖାଇବାକୁ ପସନ୍ଦ କରିଥାନ୍ତି । ଏହାଦ୍ୱାରା ତାଙ୍କୁ  ଭଲ ନିଦ ଆସିଥାଏ ଓ ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ ।

MODIJI.jpg-12jpg

ଗରମ ପାଣି ପିଇଥାନ୍ତି 

ମୋଦିଜି ଥଣ୍ଡା ପାଣି ଠାରୁ ଦୂରରେ ରହିଥାନ୍ତି । ତେଣୁ ଦିନ ସାରା ଉଷୁମ ପାଣି ପିଇଥାନ୍ତି । ବାହାରେ ଥିବା ବେଳେ ଲେମ୍ବୁ ପାଣି ପିଇଥାନ୍ତି । ସବୁଠାରୁ ବଡ କଥା ହେଉଛି ସେ କୈାଣସି ନିଶା ସେବନ କରି ନଥାନ୍ତି ।

ଶ୍ରୀ ମୋଦିଙ୍କ ଏହି ସରଳ ଜୀବନ ଶୈଳି ତାଙ୍କୁ ସୁସ୍ଥ ଓ କାର୍ଯ୍ୟକ୍ଷମ ରଖିଥାଏ ।

Leave A Reply

Your email address will not be published.