ବିଗ୍‌ବସ୍‌ ୧୩: ରାସନ୍‌ ପାଇଁ କରିଥିବା ଟାସ୍କକୁ ପସନ୍ଦ କଲେନି ଦର୍ଶକ, ଅମିଷାଙ୍କୁ କହିଲେ ଏମିତି

ସଲମାନ୍‌ ଖାନ୍‌ଙ୍କ ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍‌ବସ୍‌ ୧୩ ଆରମ୍ଭ ହୋଇସାରିଛି। ସଲମାନ୍‌ ଖାନ୍‌ ୧୩ ଜଣ ସଦସ୍ୟଙ୍କୁ ଘର ଭିତରକୁ ପଠାଇସାରିଛନ୍ତି। ଚଳିତଥର ଶୋ’ରେ ଅମିଷା ପଟେଲଙ୍କୁ ମାଲିକାଣୀ ଭାବେ ଦେଖିବାକୁ ମିଳିଛି। ସୋମବାର କଣ୍ଟେଷ୍ଟାଣ୍ଟଙ୍କ ଘରେ ପ୍ରଥମ ଦିନ ଥିଲା। ପ୍ରଥମ ଦିନରେ ଅମିଷା ଘରର ସଦସ୍ୟଙ୍କୁ ରାସନ ପାଇଁ ଟାସ୍କ ଦେଇଥିବା ଦେଖିବାକୁ ମିଳିଛି।

 

ଏହି ଟାସ୍କରେ ଘରର ସଦସ୍ୟ ଜଣେ ଆଉ ଜଣଙ୍କୁ ରାସନ ସାମଗ୍ରୀ ପାଟି ମାଧ୍ୟମରେ ଦେବାକୁ ନିୟମ ଥିଲା। ତେବେ ଏହି ଟାସ୍କ ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର୍ସ ଅମିଷାଙ୍କୁ ପ୍ରବଳ ଟ୍ରୋଲ କରିଛନ୍ତି। ଦର୍ଶକଙ୍କୁ ଅମିଷାଙ୍କ ଏଭଳି ଅନ୍ଦାଜ୍‌ ଆଦୌ ପସନ୍ଦ ଆସିନାହିଁ। କିଛି ୟୁଜର ଅମିଷା ଘରର ସଦସ୍ୟଙ୍କ ଉପରେ ଅଧିକ ଅଧିକାର ସାବ୍ୟସ୍ତ କରୁଥିବା ଅଭିଯୋଗ କରିଛନ୍ତି।

ୟୁଜର୍ସ ଅମିଷାଙ୍କ ଏଭଳି ଟାସ୍କକୁ ଟ୍ରୋଲ ମଧ୍ୟ କରିଛନ୍ତି। କିଛି ୟୁଜର୍ସ କହିଛନ୍ତି ଯେ ଘରର ସଦସ୍ୟ ପରସ୍ପରର ସମ୍ପର୍କୀୟ ନୁହେଁ। ଏଣୁ ସେମାନଙ୍କୁ ଏଭଳି ଖରାପ ଟାସ୍କ ଦେବା ଠିକ୍‌ ହେଲାନି। ଅମିଷାଙ୍କୁ ଘରୁ ବାହାର କରିଦେବାକୁ ମଧ୍ୟ କିଛି ୟୁଜର ଦାବି କରିଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ଲକ୍ଷ ଲକ୍ଷ ଟଙ୍କାର କାର ଚଢ଼ୁଥିବା ଏହି ହିରୋ ଚଲାଇଲେ ସ୍କୁଟର, ଭାଇରାଲ ହେଉଛି ଭିଡିଓ

ସୂଚନାନୁଯାୟୀ, ବିଗ୍‌ବସ୍‌ ୧୩ର ମାଲିକାଣୀ ପାଇଁ ଅମିଷା ପଟେଲ ପ୍ରଥମ ପସନ୍ଦ ନଥିଲେ। ପ୍ରଥମେ ମଲ୍ଲିକା ଶେରାଓ୍ଵତ୍‌ଙ୍କୁ ଏଥିପାଇଁ ଅଫର ଦିଆଯାଇଥିଲା। ତେବେ ଚଳିତଥର ମେକର ବିଗ୍‌ବସ୍‌ ଘରେ କୌଣସି ଏଭଳି ଅଭିନେତ୍ରୀଙ୍କୁ ଆଣିବାକୁ ଚାହୁଁଥିଲେ ଯିଏ ସଦସ୍ୟଙ୍କ ସହ ରହିପାରିବେ। ମାତ୍ର ମଲ୍ଲିକା ଏଥିପାଇଁ ମୋଟା ଅଙ୍କର ଅର୍ଥ ଡିମାଣ୍ଡ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.