Below header

‘ବିଗ୍‌ ବସ୍‌’ ର ଏହି ବିଜେତା ଲକ୍‌ଡାଉନ୍‌ ମଧ୍ୟରେ ନେଲେ ସାତ ଫେରେ, ଛାତ ଉପରେ ହୋଇଗଲା ବିବାହ

କଥାରେ ଅଛି ‘ବିବାହ ସ୍ୱର୍ଗରେ ସ୍ଥିର ହୋଇଥାଏ’ । ତେଣୁ ଏଥି ପାଇଁ ଦିନ, କାଳ, ପାତ୍ର ଓ ସମୟ ଅସମୟର କିଛି ମାନେ ନଥାଏ । ସେଇଥି ପାଇଁ ବୋଧହୁଏ ‘ବିଗ୍‌ ବାସ୍‌’ ୨ ର ବିଜେତା ଆଶୁତୋଷ କୈାଶିକ ଲକ୍‌ଡାଉନ୍‌ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ବିବାହ ବହୁତ ନିରାଡ଼ମ୍ବର ଭାବେ ହୋଇଛି । ଯେଉଁଠି ନା ଥିଲା ବାଜା ରୋଷଣି ନା ଥିଲା ବନ୍ଧୁ ବାନ୍ଧବଙ୍କ କୋଳାହଳ । କେବଳ ଦୁଇ ପରିବାରର ୪ ଜଣ ସଦସ୍ୟଙ୍କ ଉପସ୍ଥିତିରେ ହୋଇଛି ବାହାଘର । ବାହାଘରର ଖର୍ଚ୍ଚକୁ ସେ ପ୍ରଧାନମନ୍ତ୍ରୀଙ୍କ କେୟାରର୍ସ ଫଣ୍ଡକୁ ଦାନ କରିଛନ୍ତି ।

ashutosh

ଆଶୁତୋଷ ଉତ୍ତରପ୍ରଦେଶରେ ରୁହନ୍ତି । ସେ ଅଲିଗଡ଼ରେ ରହୁଥିବା ଅର୍ପିତାଙ୍କୁ ବିବାହ କରିଛନ୍ତି । ବିବାହର ସମସ୍ତ କାର୍ଯ୍ୟକ୍ରମ ଆଶୁତୋଷଙ୍କ ନୋଏଡ଼ା ସ୍ଥିତ ଘରେ ଅନୁଷ୍ଠିତ ହୋଇଛି ।

ବିବାହ ତାରିଖ ୨୬ ଏପ୍ରିଲକୁ ସ୍ଥିର ହୋଇଥିବାରୁ ଆଶୁତୋଷ ଆଉ ଦିନ ନ ବଢ଼ାଇ ସେହି ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଆଶୁତୋଷ ତାଙ୍କର ଫେସ୍‌ବୁକ୍‌ ଆକାଉଣ୍ଟରେ ବିବାହର କିଛି ଫଟୋ ସେୟାର କରିଛନ୍ତି ।

ashutosh-2

ଯେଉଁଥିରେ ବର-କନ୍ୟା ଫେରେ ନେଉଥିବାରୁ ଦେଖାଯାଇଛି । ବିବାହ କରିବାକୁ ଆସିଥିବା ପଣ୍ଡିତ ମାସ୍କ ଲଗାଇ ଥିବା ଦେଖା ଯାଇଥିଲା । ଆଶୁତୋଷ ‘ଏମ୍‌ ଟିଭି ହିରୋହୁଣ୍ଡା ରୋଡିଜି’ ଓ ‘ବିଗ୍‌ ବସ୍‌’ ଜିତିବା ପରେ ଦର୍ଶକଙ୍କ ନଜରକୁ ଆସିଥିଲେ ।

ଏହି ‘ଶୋ’ ଦୁଇଟି ପରେ ତାଙ୍କର ବହୁ ପ୍ରଶଂସକ ହୋଇଯାଇ ଥିଲେ । ଆଶୁତୋଷ ‘ଜିଲ୍ଲା ଗାଜିଆବାଦ’, ‘ସର୍ଟକଟ୍‌ ରୋମିଓ’ ଓ ‘କିସ୍‌ମତ୍‌ ଲବ୍‌ ପୈସା ଦିଲ୍ଲୀ’ ଭଳି କେତେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ତାଙ୍କର କିଛି ହରକତ୍‌ ପାଇଁ ଖୁବ୍‌ ଶୀଘ୍ର ସେ ବଦନାମ୍‌ ମଧ୍ୟ ହୋଇ ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.