Below header

ଭୁବନେଶ୍ୱର : ମଣିଷ ଭୁଲିଲା ମାନବିକତା, ଲୁହା ରଡ୍‌ ମାଡ଼ ପରେ ଦୁଇ ପିଲାଙ୍କୁ ଜନ୍ମ ଦେଇ ମରିଗଲା ଗର୍ଭିଣୀ କୁକୁର

ଭୁବନେଶ୍ୱର : ମାଆ ବୁଝି ପାରିଲାନି ଗୋଟିଏ ମାଆର କଷ୍ଟ । କରୋନା ମୁକାବିଲା ପାଇଁ ସବୁଆଡେ ଲକ୍‌ଡାଉନ୍‌ । ରାସ୍ତାଘାଟ ଶୂନଶାନ୍‌, ଦୋକାନ ବଜାର ବନ୍ଦ । ଏପରିସ୍ଥିତିରେ ରାଜଧାନୀରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ଅମାନବିକତାର ଉଦାହରଣ । ଏକ ଗର୍ଭବତୀ କୁକୁରକୁ ଜଣେ ମହିଳା  ଲୁହାରଡରେ ପିଟିପିଟି ମାରି ଦେଇଛି । ଆଉ ନିଜ ପେଟରେ ଥିବା ପିଲାଙ୍କ ମୁହଁ ଦେଖିବା ପୂର୍ବରୁ ଆଖି ବୁଜିଛି ମାଆ ।

DOG-2ଗର୍ଭିଣୀ କୁକୁରଟି ପେଟ ଭୋକ ସହି ନପାରି ଖାଦ୍ୟ ଆଶାରେ ଜଣଙ୍କ ଘରେ ପଶିଯାଇଥିଲା । ଏହି ସମୟରେ ଜଣେ ମହିଳା ପିଟିପିଟି ତାକୁ ଲହୁଲୁହାଣ କରି ଦେଇଥିଲେ । ଖବର ପାଇ ଆନିମଲ ସଙ୍ଗଠନ କୁକୁରଟିକୁ ଉଦ୍ଧାର କରିବା ତାର ଅପରେସନ୍‌ କରାଯାଇଥିଲା । ଗୋଡ଼ରେ ସାଲାଇନ ଲାଗିଥିଲା । ବଞ୍ଚିବା ପାଇଁ ଭୀଷଣ ସଂଘର୍ଷ କରୁଥିଲା । ହେଲେ ଶେଷରେ ଆଉ ପାରିଲାନି । ଜୀବନ ଯୁଦ୍ଧରେ ହାରିଗଲା । ରାଜଧାନୀ ଭୁବନେଶ୍ୱରରେ ଏଭଳି ହୃଦୟ ବିଦାରକ ଘଟଣା ଲୋକଙ୍କ ଆଖିରୁ ଲୁହ ଝରାଇ ଦେଇଛି ।
ତେବେ କୁକୁରଟିର ଅପରେସନ୍‌ ପରେ ତାର ଦୁଇଟି ଛୁଆ ଜନ୍ମ ନେଇଛନ୍ତି । ହେଲେ ଛୁଆଙ୍କ ମୁହଁ ଦେଖିବା ପୂର୍ବରୁ ଆରପାରିକି ଚାଲିଗଲା ମାଆ । କିଛି ସମୟ ପରେ ଗୋଟିଏ ଛୁଆ ବି ଆଖି ବୁଜିଦେଲା । ଆରଟିର ଚିକିତ୍ସା ଚାଲିଛି ।

DOG-3ଏହି କରୋନା ଲକ୍‌ଡାଉନ ପାଇଁ ଦୋକାନ ବଜାର ବନ୍ଦ ଯୋଗୁ ଖାଦ୍ୟ ପାଇଁ ପଶୁପକ୍ଷୀ ଡହଳ ବିକଳ ହେଉଛନ୍ତି । ଏହି ସମୟରେ ଅନେକ ବଦାନ୍ୟ ଲୋକ ଏମାନଙ୍କୁ ଖାଦ୍ୟ ଖୁଆଉଛନ୍ତି । ହେଲେ ଏହି ମହିଳା ଜଣଙ୍କ ଏତେ ନିଷ୍ଠୁର ଯେ ଗୋଟିଏ ଗର୍ଭିଣୀ କୁକୁରକୁ ଲୁହା ରଡ୍‌ରେ ପିଟି ପିଟି ମାରିଦେଲେ । କେଜାଣି କିପରି ଭୁଲିଗଲେ ମଣିଷ ପଣିଆ ? ଏହି ଘଟଣାରେ ଆନିମଲ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଆରମ୍ଭ କରିଛି ତଦନ୍ତ ।

କିଛି ମାସ ତଳେ ଭୁବନେଶ୍ୱରରେ ଜଣେ କାର ଚାଳକ କୁକୁର ଛୁଆକୁ ଗାଡି ଚାପି ମାରିବା ଅଭିଯୋଗରେ ଗିରଫ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.