ସୁପର ସ୍ପ୍ରେଡର ପେସେଣ୍ଟ ନମ୍ବର ୬୧, ଏଗାର ଜଣଙ୍କୁ ବାଣ୍ଟିଛନ୍ତି ଭାଇରସ୍‌

ଭୁବନେଶ୍ୱର (କେ.ନ୍ୟୁଜ୍‌) : ସୁପର ସ୍ପ୍ରେଡର-୬୧। ରାଜ୍ୟର କରୋନା ପେସେଣ୍ଟ ନମ୍ବର ୬୧ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ବାଲେଶ୍ୱର ନେଳିଆବାଗ ଅଞ୍ଚଳର ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏପର୍ଯ୍ୟନ୍ତ ୧୧ ଜଣ ଆସିଛନ୍ତି । ଅର୍ଥାତ ଅନ୍ୟ ୧୧ ଜଣଙ୍କୁ ସେ ବାଣ୍ଟିଛନ୍ତି ଭାଇରସ୍‌ । ସମସ୍ତ ସଂକ୍ରମିତ ନେଳିଆବାଗ ଅଞ୍ଚଳର । ପେସେଣ୍ଟ ନମ୍ବର ୭୫, ୭୬, ୭୭, ୭୮, ୭୯, ୮୮, ୮୯, ୧୦୪, ୧୦୫, ୧୦୬ ଓ ୧୦୭ ତାଙ୍କ ସଂସ୍ପର୍ଶରେ ଆସି ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୬ ଜଣ ମହିଳା ଓ ୫ ଜଣ ପୁରୁଷ । ତାଙ୍କ ସଂସ୍ପର୍ଶରେ ଆସିଥିବା ୭୯ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆଉ ଜଣେ ସଂକ୍ରମିତ ହୋଇଛନ୍ତି । ମୋଟ୍‌ ନିଳିଆବାଗରୁ ଚିହ୍ନଟ ହୋଇଛନ୍ତି ୧୩ ଜଣ କରୋନା ଆକ୍ରାନ୍ତ ।

ପେସେଣ୍ଟ ନମ୍ବର ୬୧ଙ୍କ ବୟସ ୫୮ ବର୍ଷ । ଗତ ମାର୍ଚ୍ଚ ୧୩ ତାରିଖରେ ସେ ଝାଡ଼ଖଣ୍ଡରୁ ଫେରିଥିଲେ । ଏପ୍ରିଲ ୭ ତାରିଖରେ ଚିକିତ୍ସା ପାଇଁ ଯାଇଥିଲେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ପରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ ଯାଇଥିଲେ । ୧୮ ତାରିଖରେ ତାଙ୍କର ନମୁନା ରିପୋର୍ଟ ଆସିଥିଲା ପଜିଟିଭ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.