ହିନ୍ଦୀ ସିନେମାରେ ସବୁଠାରୁ ବଡ ଐତିହାସିକ ଫିଲ୍ମର ଘୋଷଣା, ରାଜା ହେବେ ଖିଲାଡି ଷ୍ଟାର
ୟଶରାଜ ଫିଲ୍ମସର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ହିନ୍ଦୀ ସିନେମାକୁ ସବୁଠାରୁ ବଡ ଐତିହାସିକ ଫିଲ୍ମ ରିଲିଜ କରିବାକୁ ଘୋଷଣା କରିଛି। ଏହି ଫିଲ୍ମ ପ୍ରସିଦ୍ଧ ହିନ୍ଦୁ ରାଜା ପୃଥ୍ଵୀରାଜ ଚୌହ୍ଵାନଙ୍କ ବାୟୋପିକକୁ ନେଇ ହେବ। ଅକ୍ଷୟ କୁମାରଙ୍କ ଜନ୍ମଦିନ ଅବସରରେ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା ଏହି ଫିଲ୍ମର ଅଫିସିଆଲ ଘୋଷଣା କରିଛନ୍ତି।
୧୯୭୦ ମସିହାରେ ହୋଇଥିବା ୟଶରାଜ ଫିଲ୍ମସର ସ୍ଥାପନା ହୋଇଥିଲା। ଯାହାର ନିର୍ମାତା ଏବଂ ନିର୍ଦ୍ଦେଶକ ୟଶରାଜ ଚୋପ୍ରା ରହିଥିଲେ। ୟଶରାଜ ବ୍ୟାନରେ ପ୍ରଥମ ଫିଲ୍ମ ‘ଦାଗ’ ନିର୍ମାଣ ହୋଥିଲା। ଏଥିରେ ମୁଖ୍ୟ ଭୂମିକାରେ ରାଜେଶ ଖାନ୍ନା, ଶର୍ମିଲା ଟାଗୋର ଏବଂ ରାକ୍ଷୀ ରହିଥିଲେ। ଫିଲ୍ମଟି ୧୯୭୩ରେ ପରଦାକୁ ଆସିଥିଲା ଯାହାୟଶରାଜ ଫିଲ୍ମସର ଭାଗ୍ୟ ଖୋଲିଦେଇଥିଲା। ଖିଲାଡି କୁମାରଙ୍କ ଜନ୍ମଦିନ ଅବସରରେ ଆଦିତ୍ୟ ଚୋପ୍ରା ଏହି ଉପହାର ଦେଇଛନ୍ତି। ୨୦୨୦ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ଅକ୍ଷୟ କୁମାର ପୃଥ୍ଵୀରାଜଙ୍କ ଭୂମିକାରେ ନଜର ଆସିବେ।
ଏହି ଫିଲ୍ମରେ କାମ କରିବାକୁ ନେଇ ଅକ୍ଷୟ କହିଛନ୍ତି, ଏହି ଫିଲ୍ମରେ ପୃଥ୍ଵୀରାଜଙ୍କ ଭୂମିକାରେ କାମ କରିବା ମୋ ପାଇଁ ସମ୍ମାନ ଏବଂ ଗର୍ବର ବିଷୟ। ଭାରତର ଇତିହାସରେ ସବୁଠାରୁ ବାହାଦୂର ଏବଂ ନିର୍ଭୟ ରାଜା ରହିଥିଲେ ପୃଥ୍ଵୀରାଜ ଚୌହ୍ଵାନ। ଏହି ଭୂମିକାକୁ ନେଇ ମୋ ଉପରେ ଏକ ବଡ ଦାୟିତ୍ୱ ରହିଛି। ଫିଲ୍ମ ଜରିଆରେ ରାଜାଙ୍କ ନିର୍ଭୟତା ଏବଂ ସାହାସକୁ ଦୁନିଆ ସାମ୍ନାରେ ରଖିବା ମୋ ପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ରହିବ। ଏହାର ନିର୍ଦ୍ଦେଶନା ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ କରିବେ।