Below header

କୈଳାସ ମାନସରୋବର ପରେ ଏହା ପବିତ୍ର ତୀର୍ଥ ସ୍ଥାନ, ଯେଉଁଠାରେ ଦୁଇ ଧର୍ମର ଲୋକମାନେ ମିଶି କରିଥାନ୍ତି ଭଗବାନ ଶଙ୍କରଙ୍କ ପୂଜା

ହିମାଚଳ ପ୍ରଦେଶର ଲାହୁଲ ଏବଂ ସ୍ପିତ୍‌ ଜିଲ୍ଲାରେ ତ୍ରିଲୋକିନାଥ ଗାଁରେ ପ୍ରସିଦ୍ଧ ମନ୍ଦିର। ଯେଉଁଠାରେ ଦୁଇ ଧର୍ମର ଲୋକମାନେ ଏକାଠି ପୂଜା କରିଥାନ୍ତି। ତ୍ରିଲୋକିନାଥ ମନ୍ଦିର ୨୭୬୦ ମିଟର ଉଚ୍ଚାରେ ତ୍ରିଲୋକିନାଥ ଗାଁ ରାସ୍ତାର ଶେଷରେ ଧଳା ରଙ୍ଗର ଏକ ସୁନ୍ଦର ମନ୍ଦିର ଦେଖାଯାଇଥାଏ। ଏହାବ୍ୟତୀତ କୈଳାସ ଏବଂ ମାନସରୋବର ପରେଏହି ସ୍ଥାନକୁ ସବୁଠାରୁ ପବିତ୍ର ତୀର୍ଥ ସ୍ଥାନ କୁହାଯାଇଥାଏ।
ଲାହୋର ଏବଂ ସ୍ପିତ ଜିଲ୍ଲାରେ ଚନ୍ଦ୍ରଭାଗା ନଦୀ କୂଳରେ ରହିଥିବା ଛୋଟ ସହର ଉଦୟପୁରର କିଛି ଜିନିଷ ପାଇଁ ପ୍ରସିଦ୍ଧ। କିନ୍ତୁ ଏଠାରେ ଅବସ୍ଥିତ ତିବେ ତ୍ରିଲୋକିୟନାଥ ମନ୍ଦିର ପାଇଁ ଏହା ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏହି ମନ୍ଦିରରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଭଗବାନ ତ୍ରିଲୋକିନାଥଙ୍କୁ ଭଗବାନ ଶଙ୍କରଙ୍କ ରୂପରେ ପୂଜା କରିଥାନ୍ତିି ଏବଂ ବୌଦ୍ଧ ଆଯ୍ୟର୍ ସମ୍ପ୍ରଦାୟର ଲୋକମାନେ ଅବଲୋକିତଶ୍ୱର ରୂପରେ ଭଗବାନଙ୍କୁ ପୂଜା କରିଥାନ୍ତି। ଉଲ୍ଲେଖ ରହିଛି ଏହା ବିଶ୍ୱର ଏକମାତ୍ର ମନ୍ଦିର , ଯେଉଁଠାରେ ଗୋଟିଏ ମୂର୍ତ୍ତିର ପୂଜା ଦୁଇ ସମ୍ପ୍ରଦାୟର ଲୋକମାନେ ମିଶି ପାଳନ କରିଥାନ୍ତି।

Triloknath templeହିନ୍ଦୁ ଧର୍ମର ଲୋକମାନଙ୍କ କହିବା ଅନୁଯାୟୀ ଏହି ମନ୍ଦିରର ନିର୍ମାଣ ପାଣ୍ଡବମାନଙ୍କ ଦ୍ୱାରା କରାଯାଇଥିଲା। ସେହିପରି ବୌଦ୍ଧଙ୍କ ବିଶ୍ୱାସ ଅନୁଯାୟୀ ପଦ୍ମ ସମ୍ଭବ ୮ମ ଶତାଦ୍ଦୀରେ ଏହି ସ୍ଥାନକୁ ଆସି ଏହି ସ୍ଥାନରେ ପୂଜା କରିଥିଲେ। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ମନ୍ଦିର ସହ ଅନେକ ରହସ୍ୟ ଯୋଡି ହୋଇ ରହିଛି। ଯାହା ବିଷୟରେ ଆଜି ପଯ୍ୟର୍ନ୍ତ କେହି କିଛି ଜାଣି ପାରି ନାହାଁନ୍ତି। ଏହାସହ ଜଡିତ ଏକ ରହସ୍ୟ କୁଲ୍ଲାରର ରାଜାଙ୍କ ସହ ଜଡିତ ହୋଇ ରହିଛି। କୁହାଯାଇଥାଏ ସେ ଭଗବାନଙ୍କ ମୂର୍ତ୍ତିକୁ ନିଜ ସହ ନେବା ପାଇଁ ଚାହୁଁଥିଲେ, କିନ୍ତୁ ମୂର୍ତ୍ତିଟି ଅତ୍ୟଧିକ ଓଜନ ହୋଇଥିବାରୁ ତାହାକୁ ଉଠାଇ ପାରିନଥିଲେ। ସଂଗମରମ ର୍‌ ର ଏହି ମୂର୍ତ୍ତିରେ ଡାହାଣ ପଟେ ଏକ ଚିହ୍ନ ରହିଛି। ଉଲ୍ଲେଖ ରହିଛି ଏହି ଚିହ୍ନ କୁଲ୍ଲାରର ଜଣେ ସୈନିକ ନିଜ ଅସ୍ତ୍ର ସାହାଯ୍ୟରେ ତିଆରି କରିଥିଲେ।

ଏହାସହ ପଢନ୍ତୁ: ଭାରତର ପାଞ୍ଚଟି ଅଦ୍ଭୁତ ଜଳାଶୟ, ଯେଉଁଠାରେ ସ୍ନାନ କଲେ ଦୂରାରୋଗ୍ୟରୁ ମିଳେ ମୁକ୍ତି

ଅଗଷ୍ଟମାସରେ ତ୍ରିଲୋକନାଥଙ୍କ ଦର୍ଶନ କରିବା ପାଇଁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍‌କର ଭିଡ ଲାଗି ରହିଥାଏ। କାରଣ ଅଗଷ୍ଟ ମାସରେ ପୋରୀ ମେଳା ଆୟୋଜିତ ହୋଇଥାଏ। ଏହି ମେଳାରେ ଭାଗ ନେବା ପାଇର୍ ଅନେକ ଲୋକମାନେ ଆସିଥାନ୍ତି। ପ୍ରତିବର୍ଷ ଏହି ଗାଁ ଏବଂ ତ୍ରିଲୋକିନାଥ ମନ୍ଦିରରେ ତିନି ଦିନ ଧରି ଏହି ମେଳା ଲାଗି ରହିଥାଏ। ଏଥିରେ ହିନ୍ଦୁ ଏବଂ ବୈଦ୍ଧ ସମ୍ପ୍ରଦାୟର ଲୋକମାନେ ସାମିଲ ହୋଇଥାନ୍ତି। ଏହି ପବିତ୍ର ଉତ୍ସବ ଦିନ ଭଗବାନଙ୍କୁ ଦହି ଏବଂ କ୍ଷୀରରେ ସ୍ନାନ କରାଯାଇଥାଏ। ସ୍ଥାନୀୟ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ଶଙ୍କର ଘୋଡା ପିଠିରେ ବସି ଗାଁ କୁ ଆସିଥାନ୍ତି। ଏହି କାରଣରୁ ଏହି ଉତ୍ସବ ମାଧ୍ୟମରେ ଘୋଡାକୁ ମନ୍ଦିରକୁ ନିଆଯାଇଥାଏ। ଏହାବ୍ୟତୀତ ମନ୍ଦିରରେ ଭବ୍ୟ ମେଳା ମଧ୍ୟ ଆୟୋଜନ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.