ସ୍ମାର୍ଟଫୋନ ପାଇଁ ମହିଳା ମାନଙ୍କ ବେକରେ ଦେଖାଦେଉଛି ଏହି ସମସ୍ୟା, ଗବେଷଣାରୁ ଜଣାପଡିଲା ଏପରି ଆଶ୍ଚର୍ଯ୍ୟକର ତଥ୍ୟ

ଆଜିକାଲି ସ୍ମାର୍ଟଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ ଅଂଶ ପାଲଟିଯାଇଛି । ଘରେ ହେଉ କିମ୍ବା ଅଫିସରେ ଆମେ ସ୍ମାର୍ଟଫୋନ ସହିତ ପ୍ରାୟ ୨୪ ଘଣ୍ଟା ଯୋଡି ହୋଇ ରହିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଏହି ସ୍ମାର୍ଟ ଫୋନ ଆମ ଜୀବନକୁ ନଷ୍ଟ କରିଦେଉଛି । ସେଥିପାଇଁ ୧୦ ଜଣ ମହିଳା ଓ ୧୨ ଜଣ ପୁରୁଷଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା । ଗବେଷଣା ପରେ ଏକ୍ସରେରୁ ସେମାନଙ୍କ ବେକରେ ହେଉଥିବା ସମସ୍ୟା ବିଷୟରେ ଜଣା ପଡିଥିଲା ।

Related image

ଅନେକ ମେଡିକାଲ ରିପୋର୍ଟରୁ ମଧ୍ୟ ଏହା ପ୍ରମାଣିତ ହୋଇଛି ଯେ ସ୍ମାର୍ଟଫୋନ ଯୋଗୁଁ ଅନେକ ଲୋକ ଅନେକ ରୋଗର ଶିକାର ହେଉଛନ୍ତି । ଏହା ବ୍ୟତୀତ ବର୍ତ୍ତମାନ ଗବେଷଣା ପରେ ଆସିଥିବା ରିପୋର୍ଟରେ ଦାବି କରାଯାଇଛି ଯେ ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର କାରଣରୁ ମହିଳା ମାନଙ୍କ ବେକରେ ରକା ଭଳି ସମସ୍ୟା ଦେଖାଯାଉଛି ।

Related image

ଏହି ରିପୋର୍ଟରେ କୁହାଯାଇଛି ଯେ ମହିଳାମାନେ ସ୍ମାର୍ଟଫୋନ ବ୍ୟବହାର କରିବା ସମୟରେ ନିଜ ବେକକୁ ଛାତି ପର୍ଯ୍ୟନ୍ତ ତଳକୁ କରିଦେଇ ଥାନ୍ତି । ଏହି କାରଣରୁ ସେମାନଙ୍କ ବେକରେ ଅଧିକ ଯନ୍ତ୍ରଣା ହେବାର ଦେଖାଯାଇଥାଏ ।

Image result for women-suffer-more-neck-pain-than-men-because-of-using-smartphone

ଗବେଷକ ମାନଙ୍କ ମତରେ ପୁରୁଷ ମାନେ ମୋବାଇଲ କିମ୍ବା ଟାବଲେଟ ବ୍ୟବହାର କରିବା ସମୟରେ ନିଜ ବେକକୁ ଏହିପରି ତଳକୁ କରିଥାନ୍ତି ଯେଉଁଠି ମେରୁଦଣ୍ଡର ହାଡ଼ ମୁଣ୍ଡ ସହ ଯୋଡି ହୋଇଥାଏ କିନ୍ତୁ ମହିଳାମାନେ ମୋବାଇଲର ବ୍ୟବହାର କରିବା ସମୟରେ ତଳକୁ ଦେଖିବା ପାଇଁ ନିଜ ବେକକୁ ଛାତି ପର୍ଯ୍ୟନ୍ତ ତଳକୁ କରିଦେଇ ଥାନ୍ତି । ଯାହାଦ୍ୱାରା ସେମାନଙ୍କ ମୁଣ୍ଡ ଟିକେ ବାହାରକୁ ବାହାରି ରହିଥାଏ । ଏହି ଗବେଷଣାର ବରିଷ୍ଠ ଅର୍ଥୋ ଡାକ୍ତର କ୍ଳେୟର ଟେରହୁନ ଲୋକମନଙ୍କୁ ସ୍ମାର୍ଟଫୋନର ବ୍ୟବହାର ଯେତେ ସମ୍ଭବ କମ କରିବା ପାଇଁ ସୂଚନା ଦେଇଛନ୍ତି ।