ରାତାରାତି ଷ୍ଟାର ହୋଇଥିବା ରାନୁ ମଣ୍ଡଳଙ୍କୁ ନେଇ ଆଉ ଏକ ବଡ ଖବର, ଏମିତି ଅଫର ଦେଲେ ଏହି ଆକ୍ଟ୍ରେସ୍

ପଶ୍ଚିମବଙ୍ଗ ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଇ ଦିନକୁ ଦୁଇ ମୁଠା ଖାଦ୍ୟ ସଂଗ୍ରହ କରୁଥିବା ରାନୁ ମଣ୍ଡଳ ବର୍ତ୍ତମାନ ସଫଳତାର ପାହାଚ ଚଢିବାକୁ ଲାଗିଛନ୍ତି । ରାନୁ ମଣ୍ଡଳଙ୍କର ଏକ ଭିଡିଓ ତାଙ୍କୁ ରାତାରାତି ଷ୍ଟାର କରିଦେଇଛି । ତାଙ୍କ ଗୀତ ଶୁଣି ବଲିଉଡ୍ ଆକ୍ଟର ତଥା ସିଙ୍ଗର ହିମେଶ ରେସମିୟା ଏତେ ମାତ୍ରାରେ ପ୍ରଭାବିତ ହେଲେ ଯେ ରାନୁଙ୍କୁ ଗୀତ ଗାଇବାକୁ ଅଫର ଦେଲେ । ଯେଉଁ ଗୀତ ଗାଇବା ପରେ ରାନୁ ମଣ୍ଡଳଙ୍କ ସ୍ବର ଘରେ ଘରେ ପରିଚିତ ହେବା ସହ ସେ ସଫଳତା ଆଡକୁ ଅଗ୍ରସର ହେବାରେ ଲାଗିଛନ୍ତି।

ଏହାସହ ପଢନ୍ତୁ:

Bigg Boss-13କୁ ନେଇ ଆସିଲା ବଡ ଖବର, ଥରେ ଦେଖନ୍ତୁ ଏହାର…

rakhiଏବେ ରାନୁଙ୍କୁ ନେଇ ଆଉ ଏକ ବଡ ଖବର ଚର୍ଚ୍ଚାର ପରିସରକୁ ଆସଛି । ବଲିଉଡ୍ ଆକ୍ଟ୍ରେସ୍ ରାକ୍ଷୀ ସାୱନ୍ତ ଚାହୁଁଛନ୍ତି କି, ରାନୁ ତାଙ୍କ ପାଇଁ ମଧ୍ୟ ଗୀତ ଗାଆନ୍ତୁ । ଖବର ମୁତାବକ ରାନୁ ମଣ୍ଡଳଙ୍କ ଟ୍ୟାଲେଣ୍ଟରେ ଖୁସି ହୋଇ ରାକ୍ଷୀ ଚାହୁଁଛନ୍ତି କି, ସେ ତାଙ୍କ ଗୀତ ଛପନ୍ ଛୁରୀର ରିମିକ୍ସ ଗାଆନ୍ତୁ । ଏହା ସହ ରାକ୍ଷୀ କହିଛନ୍ତି କି, ସେ ଏମିତି ଇଣ୍ଡଷ୍ଟ୍ରୀ ସହିତ ଜଡିତ ଥିବାରୁ ବହୁତ ଖୁସି ଅଛନ୍ତି, ଯେଉଁଠାରେ ରାନୁ ମଣ୍ଡଳଙ୍କ ଭଳି ପ୍ରତିଭାକୁ ଆଗକୁ ବଢିବା ପାଇଁ ସୁଯୋଗ ଦିଆଯାଉଛି । ଅନ୍ୟପଟେ ଖବର ଆସୁଛି କି ରାକ୍ଷୀ ବିଗ୍ ବସ୍-୧୩ରେ ମଧ୍ୟ ନଜର ଆସିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.