Below header

ଶାଳ ଜଙ୍ଗଲରୁ ଉଦ୍ଧାରହେଲା ୧୫ ଶହ ବର୍ଷର ପୁରୁଣା ୫ଟି ଶିବଲିଙ୍ଗ

ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ନିକଟରେ ରହିଛି ବେନିସାଗର। ଦେଶ ସ୍ୱାଧୀନ ହେବା ପୂର୍ବରୁ ଏହା ଓଡିଶାର ଥିଲା। ଯେତେବେଳେ ରାଜ୍ୟ ବିଭାଜନ ହେଲା ସେତେବେଳେ ପ୍ରଥମେ ବିହାର ରାଜ୍ୟ ପରେ ଝାଡଖଣ୍ଡରେ ସାମିଲ ହେଲା।

234

୨୦୦୩ ମସିହାଠାରୁ ପ୍ରତ୍ନତାତ୍ତ୍ୱିକ ବିଭାଗ ଏଠାରେ କାମ କରୁଛି। ଏହି ବିଭାଗ ଶାଳ ଜଙ୍ଗଲ କାଟିବା ପରେ ଅନେକ ଘର ଏବଂ ଦେବାଦେବୀ ମୂର୍ତ୍ତି ସେଠାରୁ ଉଦ୍ଧାର କରିଛି। ଏହାଛଡା ୭ଟି ଶିବ ମନ୍ଦିରର ଭଗ୍ନାଂଶ ମିଳିବା ସହିତ ୫ଟି ଶିବ ଲିଙ୍ଗ ମଧ୍ୟ ଉଦ୍ଧାର କରିଛି। ଏହି ସ୍ଥାନରେ ୩୪୦ ମିଟର ଲମ୍ବା ଏବଂ ୩୦୦ ମିଟର ଓସାରର ଏକ ପୋଖରୀ ରହିଛି। ଅନେକ ଜିନିଷ ଆଉ ବାହାରିବା ସମ୍ଭାବନା ରହିଛି ବୋଲି ମଧ୍ୟ ଜଣାପଡିଛି।

ମୟୂରଭଞ୍ଜ ଯେତେବେଳେ ସ୍ୱତନ୍ତ୍ର ରାଜ୍ୟ ଥିଲା, ସେ ସମୟରେ ଖିଚିଂ ଓ ବେନିସାଗର ଗୋଟିଏ ରାଜାଙ୍କ ଅଧିନରେ ରହିଥିଲା। ଏହି ଦୁଇ ସ୍ଥାନର ମହତ୍ତ୍ୱ ଅଲଗା ରହିଥିଲେ ମଧ୍ୟ ଏଠିକାର ମୂର୍ତ୍ତିକୁ ନେଇ ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରାୟ ସମାନ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ବେନିସାର ଉପରେ ଗବେଷଣା କରୁଥିଲେ ମଧ୍ୟ ଅନେକ ରହସ୍ୟ ଏବେ ବି ରହିଛି। ଏହି ଅଞ୍ଚଳରେ ୫୦ କିମି ଭିତରେ ଅନେକ ସ୍ଥାନରେ ବିଭିନ୍ନ ସାମଗ୍ରୀ ରହିଛି, ଯାହା ଖନନ ପରେ ଜଣାପଡିବ।

455

କିମ୍ବଦନ୍ତୀ ଅନୁସାରେ ବେନିସାଗର ପୋଖରୀ ମଧ୍ୟ ଗୋଟିଏ ସୁନାର ମନ୍ଦିର ରହିଛି। କିନ୍ତୁ ଏପର୍ଯ୍ୟନ୍ତ ପ୍ରମାଣ ଖୋଜାଚାଲିଛି। ଏଠାରୁ ମିଳିଥିବା ବିଭିନ୍ନ ପ୍ରକାର ମୂର୍ତ୍ତି ଏବଂ ନିତ୍ୟ ବ୍ୟବହାର ସାମଗ୍ରୀରେ ୧୫ ଶହ ବର୍ଷ ପୁରୁଣା କଳା, ସଂସ୍କୃତି ଓ ପରମ୍ପରା ଦେଖିବାକୁ ମିଳୁଛି।

ରିପୋର୍ଟ (କେ ନ୍ୟୁଜ୍‌) : ସରୋଜ ବେହେରା (କରଞ୍ଜିଆ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.