Below header

କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ଭାଙ୍ଗିଲା ବିଏମସି, ହାଇକୋର୍ଟ ଗଲେ ଅଭିନେତ୍ରୀ, ଆଉ ଲାଗିଲା ରହିତାଦେଶ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଉଦ୍ଧବ ଠାକ୍‌ରେ ସରକାରଙ୍କ ସହିତ ବିପକ୍ଷରେ ଯିବା ମହଙ୍ଗା ପଡିଛି। ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ ବାନ୍ଦ୍ରା େଓ୍ଵଷ୍ଟ ପାଲୀ ହିଲ ରୋଡ ସ୍ଥିତ କଙ୍ଗନାଙ୍କ ଅଫିସକ ବେଆଇନ ନିର୍ମାଣ ହୋଇଛି ବୋଲି ଭାଙ୍ଗିଦେଇଛି। ବିଏମସି ଟିମ୍‌ ଜେସିବି ଏବଂ ଶ୍ରମିକଙ୍କ ସହିତ କଙ୍ଗନାଙ୍କ ଅଫିସରେ ପହଞ୍ଚି ଏବଂ ବେଆଇନ ନିର୍ମାଣକୁ ଭାଙ୍ଗିବାରେ ଲାଗିଛି। ବିଏମସି ମୁତାବକ, କଙ୍ଗନାଙ୍କ ଅଫିସ ଭିତେର ଅନେକ ବେଆଇନ ନିର୍ମାଣ କରାଯାଇଛି, ତେଣୁ ଏପରି ପଦକ୍ଷେପ ନିଆଯାଇଛି। ଏହି ଘଟଣାକୁ ନେଇ କଙ୍ଗନା ମୁମ୍ବାଇ ହାଇକୋର୍ଟ ଯାଇଥିଲେ ଯାହା ପରେ କୋର୍ଟ ରହିତାଦେଶ ଲଗାଇଥିଲେ।

ବିଏମସିର ଏପରି କାର୍ଯ୍ୟକୁ ନେଇ କଙ୍ଗନା ନିଜର ମନ୍ତବ୍ୟ ରଖିଛନ୍ତି। କଙ୍ଗନା ଟ୍ଵିଟ୍‌ କରି କହିଛନ୍ତି, ବିଏମସି କର୍ମୀଙ୍କ ତୁଳନା ବାବର ସେନା ସହିତ କରିଛନ୍ତି ଏବଂ କହିଛନ୍ତି ଏହି ମନ୍ଦିର ପୁଣି ଥରେ ତିଆରି ହେବ। ମୁଁ କେବେ ବି ଭୁଲ୍‌ ନଥିଲି। ଆଉ ମୋ ଶତ୍ରୁମାନେ ବାରମ୍ବାର ପ୍ରମାଣ କରୁଛନ୍ତି କି ମୋ ମୁମ୍ବାଇ ଏବେ ପାକିସ୍ତାନ ଅଧିକୃତ କଶ୍ମୀର ହୋଇଯାଇଛି। ବିଏମସିର ଏପରି କାର୍ଯ୍ୟକୁ ନେଇ କଙ୍ଗନା ବମ୍ବେ ହାଇକୋର୍ଟରେ ଏତଲା ଦାୟର କରିଛନ୍ତି। କଙ୍ଗନାଙ୍କ ପକ୍ଷରୁ ରିଜବାନ ସିଦ୍ଧିକ ଏତଲା ଦାୟର କରିଛନ୍ତି।

ବିଏମସି ଏପରି କରିବ ବୋଲି ପୂର୍ବରୁ ଅନୁମାନ କରୁଥିଲେ କଙ୍ଗନା। ସେଥିପାଇଁ ଆଜି ସକାଳୁ କଙ୍ଗନା ଟ୍ଵିଟ୍‌ କରି କହିଛନ୍ତି, ମୁଁ ଆସିବା ପୂର୍ବରୁ ମହାରାଷ୍ଟ୍ର ସରକାର ଏବଂ ତାଙ୍କ ଗୁଣ୍ଡା ଅଫିସ ବାହାର ପହଞ୍ଚିଯାଇଥିଲେ ଏବଂ ମୋ ଉପରେ ଦୃଷ୍ଟି ରଖିଥିଲେ। ମୁଁ ମହାରାଷ୍ଟ୍ରର ସମ୍ମାନ ପାଇଁ ଏହାକୁ ନିଜେ ଦେବାକୁ ପ୍ରସ୍ତୁତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.