ଭାରତୀୟ ସେନାରେ ରହିଛି ଏସବୁ ପଦପଦବୀ, ଯୋଗ ଦେବାକୁ ଚାହୁଁଥିଲେ ଜାଣନ୍ତୁ ଯୋଗ୍ୟତା ଓ ବୟସସୀମା

ଭାରତୀୟ ସେନାବାହିନୀରେ କାମ କରିବାକୁ ସବୁ ଯୁବପିଢ଼ିଙ୍କ ଇଚ୍ଛା ରହିଥାଏ। କାରଣ ଏହା କେବଳ ଏକ ଚାକିରି ନୁହେଁ ବରଂ ସମ୍ମାନ ଓ ଗୌରବର ବିଷୟ ମଧ୍ୟ। ସେନାରେ କାମ କରିବା ଦ୍ୱାରା ପ୍ରତିଷ୍ଠା, ଭଲ ଲାଇଫ୍‌ଷ୍ଟାଇଲ, ମୋଟା ଅଙ୍କର ଦରମା ଆଦି ସୁବିଧା ସହ ଦେଶ ସେବା କରିବାର ସୁଯୋଗ ମଧ୍ୟ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଭାରତୀୟ ସେନାରେ ଚାକିରି ପାଇବା ପାଇଁ କେଉଁ କେଉଁ ବିକଳ୍ପ ରହିଛି ଓ ଏଥିପାଇଁ କି କି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ।

ସିପାହୀ:

ସେନା ବାହିନୀରେ ସିପାହୀ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ୮ମ, ୧୦ମ, ଦ୍ୱାଦଶ ଓ ଆଇଟିଆଇ ଥିବା ଆବଶ୍ୟକ। ଏଥିପାଇଁ ବୟସ ସୀମା ୧୭.୫ ବର୍ଷରୁ ୨୩ ବର୍ଷ ରହିଛି। ଆର୍ମି ରିକ୍ରୁଇଟ୍‌ମେଣ୍ଟ ର‍୍ୟାଲି ଜରିଆରେ ଏହି ନିଯୁକ୍ତି ହୋଇଥାଏ। ଏଥିପାଇଁ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ।

army

ହାବିଲଦାର ଓ ସୁବେଦାର:

ଏହି ପଦ ପାଇଁ ବେଳେ ବେଳେ ବିଜ୍ଞପ୍ତି ପ୍ରକାଶ ପାଏ। ଏହି ପଦ ପାଇଁ ଗଣିତ ଓ ବିଜ୍ଞାନ ବିଷୟ ସହ କଳା କିମ୍ବା ବିଜ୍ଞାନରେ ସ୍ନାତକ ପାସ୍‌ କରିଥିବା ଆବଶ୍ୟକ। ଏଥିପାଇଁ ବୟସ ସୀମା ୨୦ରୁ ୨୫ ବର୍ଷ ରହିଛି।

ଲେଫ୍ଟନାଣ୍ଟ:

ଭାରତୀୟ ସେନାରେ ସୁବେଦାର ମ୍ୟାନେଜର ର‍୍ୟାଙ୍କର ଉପର ର‍୍ୟାଙ୍କ ହେଉଛି ଲେଫ୍ଟନାଣ୍ଟ। ଏଥିରେ ଏନ୍‌ସିସି ସ୍ପେଶାଲ, ଏସ୍‌ଏସ୍‌ସି, ଆଇଏମ୍‌ଏ, ୧୦+୨ ଟେକ୍ନିକାଲ, ଏନ୍‌ଡିଏ, ଜେଏଜି, ୟୁଇଏସ୍‌, ଟିଜିସି(ଏଜୁକେସନ୍‌) ସାମିଲ ଅଛି। ଏଥିପାଇଁ ବୟସ ସୀମା ରହିଛି ୧୯ରୁ ୨୫ ବର୍ଷ। ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆପଣ ଏହି ପଦ ପାଇଁ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.