Below header

ଏମିତି ଥିଲା ପ୍ରେମ, ନିଜ ହାତରେ ଚିନ୍ମୟୀଙ୍କୁ ଖୁଆଇ ଦେଉଥିଲେ ଆଦିତ୍ୟ

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା ଦିନ କୁ ଦିନ ଜଟିଳ ହେବାରେ ଲାଗିଛି । ଏହାଭିତରେ ଆଦିତ୍ୟ ଦାଶଙ୍କ ପ୍ରେମ ସମ୍ପର୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଗୋଟିଏ ଘରେ ଆଦିତ୍ୟ ଓ ଚିନ୍ମୟୀ ଥିବାର ଦେଖିବାକୁ ମିଳୁଛି। ଗୋଟିଏ ଥାଳିରେ ଏକାଠି ଖାଉଛନ୍ତି ଦୁଇଜଣ । ଚିନ୍ମୟୀଙ୍କୁ ଆଦିତ୍ୟ ନିଜ ହାତରେ ଖୁଆଇ ଦେଇଥିବା ମଧ୍ଯ ଦେଖିବାକୁ ମିଳୁଛି। ଯାହାକୁ ଦେଖିଲେ ଲାଗୁନି କି ପ୍ରେମ ଏକତରଫା ଥିଲା ବୋଲି।

ସୂଚନା ଥାଉକି ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ଯ ସାମ୍ନାକୁ ଆସୁଛି । ବିସ୍ମିତ ଓ ବିଦ୍ୟାଶ୍ରୀଙ୍କ ନାଁରେ ଖଇରା ଥାନାରେ ଏତଲା ଦେଇଛନ୍ତି ପୂର୍ବତନ ଗର୍ଲଫ୍ରେଣ୍ଡ ଚିନ୍ମୟୀ । ମୃତ୍ୟୁ ମାମଲାକୁ ଦୁଇ ମାସ ପୂରିଛି । ଏବେ ବି ମାମଲା ଯେଉଁଠି ଥିଲା ସେଇଠି । ନା ରେଳବାଇ ପୋଲିସ ନା କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ କେହି ବି ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟକୁ ଭେଦ କରିପାରିନାହାନ୍ତି । ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହାର ଚିତ୍ର ଏଯାଏ ସ୍ପଷ୍ଟ ହୋଇପାରିନାହିଁ ।

ଖୁବଶୀଘ୍ର ପୂର୍ବତନ ଗର୍ଲଫ୍ରେଣ୍ଡ ଚିନ୍ମୟୀଙ୍କୁ ସମନ କରିପାରେ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଜେରାର ସମୁଖୀନ ହେବେ ଚିନ୍ମୟୀ । ଆଦିତ୍ୟଙ୍କ ସହ କେତେ ଦିନର ସମ୍ପର୍କ ? ଆଦିତ୍ୟଙ୍କୁ ବ୍ଲାକମେଲ ବା ଧମକ ଦେଉଥିଲେ କି ? ଆଦିତ୍ୟଙ୍କ ଆଉ କିଛି ଭିଡ଼ିଓ ଚିନ୍ମୟୀଙ୍କ ପାଖରେ ରହିଛି କି ? ଏସବୁ ପ୍ରଶ୍ନ ପଚାରି ପାରେ କ୍ରାଇମବ୍ରାଞ୍ଚ । ଅନ୍ୟପଟେ ବିସ୍ମିତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଚିନ୍ମୟୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.