ଦିଲ୍ଲୀରେ ଚାଞ୍ଚଲ୍ୟ: ଜେଜେମା’ ବୟସର ବୃଦ୍ଧାଙ୍କୁ ବି ଛାଡିଲେନି ଯବୁକ, ଦୁଷ୍କର୍ମ କରି ହେଲେ ଗିରଫ

ରାଜଧାନୀ ଦିଲ୍ଲୀର ଛୱଲାର ନଜାଫଗଡ ଅଞ୍ଚଳରେ ଜଣେ ୯୦ବର୍ଷିୟ ମହିଳାଙ୍କୁ ବଳତ୍କାର କରାଯାଇଥିବା ଘଟଣାସାମ୍ନାକୁ ଆସିଛି। ଏ ସମ୍ପର୍କରେ ଦିଲ୍ଲୀ ମହିଳା ଆୟୋଗ ଗତକାଲି କହିଛନ୍ତି। ଏହାସହ ଟ୍ୱିଟ୍ କରି କହିଛନ୍ତି, ଉକ୍ତ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ସୂଚନା ମୁତାବକ ଉକ୍ତ ଘଟଣା ଗତ ୭ ସେପ୍ଟେମ୍ବର ସଂଧ୍ୟା ସମୟରେ ହୋଇଛି।

delhi rapedସେପ୍ଟେମ୍ବର ୭ ସନ୍ଧ୍ୟାରେ ଦିଲ୍ଲୀର ରେୱଲା ଖାନପୁର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। ଜଣେ ୩୩ ବର୍ଷିୟ ବ୍ୟକ୍ତି ୯୦ ବର୍ଷିୟ ବୃଦ୍ଧାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଚଳାଇବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟପଟେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲଇଓ୍ଵାଲ ବୃଦ୍ଧାଙ୍କୁ ସାକ୍ଷାତ କରି ଦୁଃଖ ପ୍ରକାଶ କରିଛନ୍ତି। ଖବର ଅନୁଯାୟୀ, ତାଙ୍କୁ ଦୁଇ କିଲୋମିଟର ନିଛାଟିଆ ରାସ୍ତାରେ ବଳାତ୍କାର କରାଯାଇଥିଲା। ମହିଳାଙ୍କ ଚିତ୍କାର ଶୁଣିବା ପରେ ଲୋକମାନେ ଏକତ୍ରିତ ହୋଇଥିଲେ ଏବଂ ଅଭିଯୁକ୍ତଙ୍କୁ ଧରିବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା।

ପୋଲିସ ସୂଚନାନୁସାରେ, ଅଭିଯୁକ୍ତ ମଦ୍ୟପାନ କରିଥିଲା। ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୭୬ ଏବଂ ୩୬୩ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.