Below header

ମହଙ୍ଗା ପଡ଼ିଲା କରୋନା ନିୟମ ଉଲ୍ଲଂଘନ କରିବା, ଗୌହର ଖାନ୍‌ଙ୍କ ନାଁରେ ମାମଲା ରୁଜୁ

ବଲିଉଡ୍‌ ଅଭିନେତ୍ରୀ ଗୌହର ଖାନ୍‌ଙ୍କ ନାଁରେ ସାଂଘାତିକ ଅଭିଯୋଗ। କରୋନା ଗାଇଡ୍‌ଲାଇନ୍‌ ପାଳନ କରିନଥିବାରୁ ଗୌହର ଖାନ୍‌ଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ। ଏନେଇ ବିଏମ୍‌ସି ତରଫରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ବିଏମ୍‌ସି ଆଜି ଟ୍ଵିଟ୍‌ କରି ଲେଖିଛି ଯେ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଟ୍ଵିଟ୍‌ ମୁତାବକ, ଅଭିନେତ୍ରୀ ଜଣକ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ନିୟମ ଉଲ୍ଲଂଘନ କରି ବାହାରେ ବୁଲୁଥିଲେ। ତେବେ ଟ୍ଵିଟ୍‌ରେ ଅଭିନେତ୍ରୀଙ୍କ ନାଁ ଖୁଲାସା କରାଯାଇନାହିଁ।

ମାତ୍ର ରିପୋର୍ଟ ମୁତାବକ, ଏହି ଅଭିଯୋଗ ଗୌହର ଖାନ୍‌ଙ୍କ ନାଁରେ ହୋଇଛି। ଗୌହର କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ନିୟମ ପାଳନ ନ କରି ସୁଟିଂ କରୁଥିଲେ। ବିଏମ୍‌ସି କର୍ମଚାରୀ ତାଙ୍କ ଘରେ ଚେକ୍‌ କରିବାକୁ ଯାଇଥିବା ବେଳେ ସେ ସେଠାରେ ନଥିବା ଜାଣିବାକୁ ପାଇଥିଲେ।
ସୂଚନାଯୋଗ୍ୟ ଯେ ବିଏମ୍‌ସି ଏହି ଟ୍ଵିଟ୍‌ରେ ଏଫ୍‌ଆଇଆର୍‌ କପି ମଧ୍ୟ ସେୟାର କରିଛି। କିନ୍ତୁ ଏଥିରେ ନାଁକୁ ବ୍ଲୟର କରାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିଏମ୍‌ସି ଅଭିନେତ୍ରୀଙ୍କ ନାଁ ଖୁଲାସା କରିବାକୁ ଚାହୁଁନାହିଁ।

ଅନ୍ୟପଟେ ମୁମ୍ବାଇ ପୋଲିସର ଅଧିକାରୀ କହିଛନ୍ତି, ଗୌହର ଖାନ୍‌ଙ୍କ ନାଁରେ ଓଶିବାର ପୋଲିସ ଥାନାରେ ଧାରା ୧୮୮, ୨୬୯, ୨୭୦, ୫୧(ଖ) ରେ ମାମଲା ରୁଜୁ କରାଯାଇଛି। ଗୌହର ଖାନ୍‌ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ନିୟମ ନ ମାନି ବାହାରକୁ ସୁଟିଂ କରିବାକୁ ଯାଇଥିବା ପୋଲିସ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.