Below header

ମାଲକାନଗିରି:ମାଓବାଦୀଙ୍କ ଠାରୁ ବିମୁଖ ହୋଇ ଲୋକେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ BSF ପକ୍ଷରୁ ଜନ ସମ୍ପର୍କ ଶିବିର

ମାଲକାନଗିରି(କେନ୍ୟୁଜ୍):  ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର କୁସୁମପୁଟରେ BSF ପକ୍ଷରୁ ଜନ ସମ୍ପର୍କ ଶିବିର  ଆୟୋଜିତ ହୋଇଛି। BSFର ୧୫୧ ବଟାଲୀୟନ ପକ୍ଷରୁ ଏହି ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା। ଏହି ଅଞ୍ଚଳ ଲୋକେ ମାଓବାଦୀଙ୍କ ଠାରୁ ମୁହଁ ମୋଡି କିଭଳି ସୁରକ୍ଷା କର୍ମୀ ଙ୍କୁ ଲୋକେ ବିଶ୍ୱାସ ଭାଜନ ହୋଇ ପାରିବେ ସେଥିପାଇଁ BSF ଯବାନ ପକ୍ଷରୁ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି।

malkangiri 12

BSF ୧୫୧ ବାଟାଲୀୟନର  2ND IN କମାଣ୍ଡେଣ୍ଟ ରବୀନ୍ଦ୍ର ଠାକୁର, ଆସିଷ୍ଟାଣ୍ତ  କମାଣ୍ଡେଣ୍ଟ ନିରଜ ଶର୍ମା, ନରହରି ଶତପଥୀ ଉପସ୍ଥିତ ରହି ୫ ଖଣ୍ଡ ଗାଁ  ଲୋକଙ୍କୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ କରିଥିଲେ। ମହିଳାଙ୍କ ପାଇଁ ଶାଢ଼ୀ, କମ୍ବଳ, ପୁରୁଷଙ୍କ ପାଇଁ ଟି-ସାର୍ଟ, ଖେଳ ସାମଗ୍ରୀ, ଘରୋଇ ଉପକରଣ ପିଲାଙ୍କ ପାଇଁ ପାଠ୍ୟ ଉପକରଣ ଏବଂ ପୋଷାକ ବଣ୍ଟନ କରିଥିଲେ BSF ଜବାନ। ମାଓବାଦୀଙ୍କ ହିଂସାକୁ ଛାଡି ମୂଖ୍ୟ ସ୍ରୋତରେ ସାମିଲ ହୋଇ  ଆମେ ଶାନ୍ତିରେ କିଭଳି ଜୀବନ ବିତାଇବା ସେଥିପାଇଁ BSF  ଲୋକଙ୍କୁ ବୁଝାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.