Below header

ଭୁବନେଶ୍ୱର ମହାନଗର ନିଗମ-ବିଏମ୍‌ସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ନିଷ୍ପତ୍ତି ସ୍ଥଗିତ,ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ମହାନଗର ନିଗମ-ବିଏମ୍‌ସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ନିଷ୍ପତ୍ତି ସ୍ଥଗିତ । ଏବେ ପୁରୁଣା ବେଞ୍ଚ ମାର୍କ ମୂଲ୍ୟାୟନକୁ ଆଧାର କରି ଆଦାୟ ହେବ ଟ୍ୟାକ୍ସ । ଏ ସଂପର୍କିତ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ ବର୍ଦ୍ଧିତ ଟ୍ୟାକ୍ସ ନିଷ୍ପତ୍ତି ସ୍ଥଗିତ ରହିବ । ବିଭିନ୍ନ ଗୋଷ୍ଠୀ ଓ ଜନସାଧାରଣ ସରକାରଙ୍କୁ ଏହି ବର୍ଦ୍ଧିତ ହାର ସଂପର୍କରେ ଅବଗତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜନସାଧାରଣଙ୍କ ମନୋଭାବକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟଙ୍କ ରାୟ ନଆସିବା ଯାଏ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ବିରୋଧ କରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ କରାଯାଇଥିଲା । କଂଗ୍ରେସ କର୍ମୀମାନେ ଏକ ରାଲିରେ ଆସି ବିଏମ୍‌ସି ଅଫିସ ଆଗରେ ଧାରଣା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.