ପିଆଜ ରସ ସହିତ ମିଶାନ୍ତୁ ଏହି ୩ଟି ଜିନିଷ, ମାସକ ଭିତରେ ମିଳିଯିବ ସବୁ କେଶ ସମସ୍ୟାରୁ ଛୁଟକାରା

ସୁନ୍ଦର ତଥା ଚମକଦାର କେଶ ପାଇବା ସବୁ ମହିଳା ଏବଂ ପୁରୁଷଙ୍କ ସ୍ୱପ୍ନ ହୋଇଥାଏ। କିନ୍ତୁ କିଛି ଲୋକଙ୍କ କେଶ ବହୁତ ପତଳା ହୋଇଥିବାରୁ ସହଜରେ ଛିଣ୍ଡି ଯାଏ। ବିଶେଷ କରି ମହିଳାମାନେ ଅନେକ କେଶ ସମସ୍ୟାକୁ ସାମ୍ନା କରିଥାଆନ୍ତି। ଏମିତି ସ୍ଥିତିରେ ଆପଣ ଯଦି ପିଆଜ ରସକୁ ବ୍ୟବହାର କରିବେ, ତ ଏହା ବେଶ୍‌ ଲାଭଦାୟକ ହୋଇପାରିବ।

ଏଥିରେ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ସେପ୍ଟିକ୍‌, ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଇନ୍‌ଫ୍ଲେମେଟରୀ ଗୁଣ ଭରପୂର ମାତ୍ରାରେ ରହିଥାଏ, ଯାହାକି କେଶକୁ ସୂର୍ଯ୍ୟଙ୍କ ଅତି ବାଇଗେଣୀ ରଶ୍ମୀରୁ ବଞ୍ଚାଇଥାଏ। ଯଦି ଆପଣଙ୍କର କେଶଜନିତ କୌଣସି ସମସ୍ୟା ରହିଛି, ତା’ହେଲେ ପିଆଜ ରସରେ କିଛି ଜିନିଷ ମିଶାଇ ଲଗାଇବାକୁ ହେବ। ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ।

ପିଆଜ ରସ ଓ ମହୁ: କେଶର ଗ୍ରୋଥ ପାଇଁ ପିଆଜ ରସରେ ମହୁ ମିଶାଇ ଲଗାନ୍ତୁ। ୩୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ କେଶରେ ରଖନ୍ତୁ। ଏହାପରେ ଶାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ। ସପ୍ତାହରେ ଗୋଟିଏ ଥର ଏହି ମିଶ୍ରଣରେ କେଶକୁ ମସାଜ କରିବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଯିବ।

ଅଲିଭ୍‌ ଅଏଲ୍‌ ଓ ପିଆଜ ରସ: ରୂପିରୁ ଛୁଟକାରା ପାଇବା ପାଇଁ ଅଲିଭ୍‌ ଅଏଲ୍‌ ସହ ପିଆଜ ରସ ମିଶାଇ ଲଗାନ୍ତୁ। ଏହାକୁ କେଶ ମୂଳ ପର୍ଯ୍ୟନ୍ତ ଭଲ ଭାବେ ଲଗାନ୍ତୁ। ୨ ଘଣ୍ଟା ପରେ ମୁଣ୍ଡ ଧୋଇ ଦିଅନ୍ତୁ। ପ୍ରତିଦିନ ଏହି ପ୍ରକ୍ରିୟା ଆପଣାନ୍ତୁ। କିଛିଦିନ ଭିତରେ ରୂପି ସମସ୍ୟାରୁ ମୁକ୍ତି ମିଳିପାରିବ।

ଦହି ଓ ପିଆଇ ରସ: କେଶକୁ ମଜଭୁତ୍‌ କରିବା ପାଇଁ ଦହି ଓ ପିଆଜ ରସ ମିଶାଇ ଲଗାନ୍ତୁ। ସପ୍ତାହରେ ୩ ଥର ଏପରି କରିବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.