Below header

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନା ପଜିଟିଭ୍‌ । ଇନ୍‌ଷ୍ଟାଗ୍ରାମ୍‌ରେ ଏନେଇ ସୂଚନା ଦେଇଛନ୍ତି ଆଲିଆ ଭଟ୍ଟ । ସେ ଏବେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ଡାକ୍ତରଙ୍କ ପରାମର୍ଶ ମାନି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା କହିଛନ୍ତି ଆଲିଆ ଭଟ୍ଟ ।

କିଛି ଦିନ ତଳେ ତାଙ୍କ ବୟଫ୍ରେଣ୍ଡ ରଣବୀର କପୁର ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ରଣବୀର କପୁର ଓ ଆଲିଆ ଭଟ୍ଟ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି କାମ କରୁଛନ୍ତି । ମୁମ୍ବାରେ ସଂକ୍ରମଣ ବଢୁଥିବାରୁ ଅନେକ କଳାକାର କରୋନାରେ ସଂକ୍ରମିତ ହେଉଛନ୍ତି । ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ବାପ୍ପି ଲେହରି ମଧ୍ୟ କରୋନା ପଜିଟିଭ୍‌ ହୋଇଛନ୍ତି । ଅନେକ କ୍ରିକେଟର ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.