ମାଉଜର ଚୋରା ଚାଲାଣ ଓ ବିକ୍ରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କଲା ଆସିକା ପୋଲିସ୍

ଭଞ୍ଜନଗର: ମାଉଜର ଚୋରା ଚାଲାଣ ଓ ବିକ୍ରି ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଖଇରପୁଟି ଗାଁର ଅମିୟ କୁମାର ଭୂୟାଁକୁ ଗିରଫ କରିଛି କରିଛି ଆସିକା ଥାନା ପୋଲିସ।

ଗିରଫ ଅଭିଯୁକ୍ତ ଠାରୁ ଦୁଇଟି ମାଉଜର, ୧୦ଟି ଗୁଳି ଓ ଗୋଟିଏ ଦାମୀ କାର ଜବତ ହୋଇଛି। ଆସିକା ପୋଲିସ ୮ଜଣ ଅପରାଧୀଙ୍କୁ ଗିରଫ କରିବା ପରେ, ମାଉଜର କାରବାର ନେଇ ସୂଚନା ମିଳିଥିଲା। ଅଭିଯୁକ୍ତ ଅମୀୟ ଭୁବନେଶ୍ଵରରେ ରହି ମାଉଜର ବିକ୍ରି କାରବାର କରୁଥିଲା। ନିଜ ଗାଁ ଖଇରପୁଟି ଆସିଥିବା ସୂଚନା ପାଇ, ଆସିକା ଠାରୁ ତାକୁ ଗିରଫ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.