ସମସ୍ତଙ୍କୁ ଏହି ମାମଲାରେ ପଛରେ ପକାଇଲେ ‘ଦ ରାଇଜିଂ କୁଇନ’ ଦୀପିକା, ବନିଲେ ଦେଶର ନଂ ୧ ଅଭିନେତ୍ରୀ

ବଲିଉଡ୍ କୁଇନ୍ ଦୀପିକା ପାଦୁକୋନ୍ ୨୦୨୦ର ସବୁଠୁ ଲୋକପ୍ରିୟ ମହିଳା ତାରକା ତାଲିକାରେ ପୁଣିଥରେ ଟପ୍ କରିଛନ୍ତି । ଏହା ପ୍ରଥମ ଥର ନୁହେଁ ଅଭିନେତ୍ରୀ ଦୀପିକା ବିଶ୍ବର ଲୋକପ୍ରିୟତା ଆଧାରରେ ଶୀର୍ଷ ସ୍ଥାନ ପ୍ରାପ୍ତ କରିଛନ୍ତି । ଏହି ସୂଚୀରେ ପୁଣିଥରେ ଟପ୍ ରେ ପହଞ୍ଚିବା କୌଣସି ଆଶ୍ଚର୍ଯ୍ୟ କଥା ନୁହେଁ କାରଣ ଇଣ୍ଡଷ୍ଟ୍ରୀରେ ଦୀପିକା ଏପର୍ଯ୍ୟନ୍ତ ସବୁଠାରୁ ଲୋକ ପ୍ରିୟ ଅଭିନେତ୍ରୀ ।

ଦୀପିକା ସବୁବେଳେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଛନ୍ତି । ଯାହା ପାଇଁ ତାଙ୍କୁ ବଲିଉଡ୍ ରେ ‘ଦ ରାଇଜିଂ କୁଇନ୍’ ବୋଲି କୁହାଯାଏ । ଗତ ୧୩ ବର୍ଷ ମଧ୍ୟରେ ଦୀପିକା ଦର୍ଶକଙ୍କ ସହ ଯେଉଁଭଳି ଭାବରେ ନିଜର ସଂପର୍କ ଗଢ଼ିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏକ ବିଶ୍ଵସ୍ତରୀୟ ତାରକା ଭାବରେ ପରିଚୟ ସୃଷ୍ଟି କରିବା ସହ, ସେ ଦେଶରେ ମଧ୍ୟ ଘରେ ଘରେ ପରିଚିତ ।

deepika-padukone

୨୦୨୦ରେ ଅଭିନେତ୍ରୀ ଅନେକ ବଡ ପ୍ରୋଜେକ୍ଟର ଘୋଷଣା କରିଛନ୍ତି । ଯେଉଁଥିରେ ପ୍ରଭାସଙ୍କ ସହ ନାଗ୍ ଅଶ୍ବିନଙ୍କ ଆଗାମୀ ଫିଲ୍ମ। ଏହାଛଡା ଫିଲ୍ମ ‘ଦ ଇଟର୍ଣ୍ଣ’ ସାମିଲ ଅଛି । ଏଥିସହିତ ନିକଟରେ ଅଭିନେତ୍ରୀ ହ୍ରିତିକ ରୋଶନଙ୍କ ସହିତ ନିଜର ଆଗାମୀ ଆକ୍ସନ୍ ଫିଲ୍ମ ‘ଫାଇଟର’ର ଘୋଷଣା ମଧ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.