Below header

ସୁବର୍ଣ୍ଣପୁର: ବୀରମହାରାଜପୁର ଶଣ୍ଢା ଗାଁରେ ବିଲରେ ଥିବା ଏକ ପାଳ ଗଦାରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଅନେକ ମୂଲ୍ୟବାନ ଗଛ ଜଳି ପୋଡି ନଷ୍ଟ

ସୁବର୍ଣ୍ଣପୁର: ଆଜି ସକାଳୁ ସକାଳୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶଣ୍ଢା ଗାଁ ପାଖରେ କେହି ଦୁର୍ବୃତ୍ତ ବିଲରେ ଥିବା ଏକ ପାଳ ଗଦାରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଦେଖୁ ଦେଖୁ ନିମିସକ ମଧ୍ୟରେ ଗାଁ ପାଖକୁ ନିଆଁ ମାଡି ଆସିଥିଲା ।

ଗ୍ରାମବାସୀ ନିଆଁକୁ ଆୟତ କରି ନପାରିବାରୁ ଦମକଳ ବାହିନୀର ସହାୟତା ଲୋଡିଥିଲେ । ସ୍ଥାନୀୟ ଦମକଳ ବାହୀନିର କର୍ମଚାରୀମାନେ ଆସି ନିଆଁକୁ ଆୟତ କରିଥିବା ବେଳେ ବିଲ ହୁଡାରେ ଥିବା ଅନେକ ମୂଲ୍ୟବାନ ଗଛ ଜଳିପୋଡି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.