Below header

ଧରାକୋଟ କମାଶାସନ ଗ୍ରାମରେ ଚୋରି କରିବାକୁ ଆସିଥିବା ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ, ହାତ ଗୋଡ ବାନ୍ଧି ନିର୍ଦ୍ଧୁମ ଛେଚିଲେ

ସୋରଡା: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ନିକଟ କମାଶାସନ ଗ୍ରାମରେ ଚୋରି କରିବାକୁ ଆସିଥିବା ଦୁଇ ଯୁବକଙ୍କୁ ନିର୍ଦ୍ଧୁମ ଛେଚା । ଗ୍ରାମବାସୀ କାବୁ କରି ଉଭୟଙ୍କୁ ଗ୍ରାମ କୋଠାଘରେ ବାନ୍ଧି ନିର୍ଦ୍ଧୁମ ମାଡ ମାରିଛନ୍ତି । ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି।

ସୂଚନା ଅନୁଯାୟୀ, ଗତକ|ଲି ରାତିରେ ଦୁଇ ଯୁବକ ଚୋରି କରିବାକୁ ଆସି ଗ୍ରାମ ମଧ୍ୟରେ ଥିବା ବୁଦା ମୂଳରେ ଲୁଚି ରହିଥିଲେ । କିଛି ଲୋକ ସେହି ରାସ୍ତା ଦେଇ ଯିବା ବେଳେ କଥା ଶୁଣି ଦୁଇ ଯୁବକଙ୍କୁ କାବୁ କରି ବାନ୍ଧି ଦେଇଥିଲେ । ଏହା ପରେ ଗ୍ରାମ କୋଠଘରେ ରଖି ମାଡ ମାରିଥିଲେ । ଦୁଇ ଯୁବକଙ୍କୁ ରକ୍ତାକ୍ତ କରି ବାଡାଇବା ପରେ ଘଟଣାସ୍ଥଳରେ ଖବର ପାଇ ପୋଲିସ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି । ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.