Below header

ରାଜ୍ୟରେ ଟିକାଦାନ ଉତ୍ସାହଜନକ, ଟାର୍ଗେଟର ୮୩ ପ୍ରତିଶତ ଟିକାକରଣ

ଭୁବନେଶ୍ବର: ଓଡ଼ିଶା କରୋନା ଟିକାକରଣ ଉତ୍ସାହଜନକ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୮୩ ପ୍ରତିଶତ ଟିକାକରଣ ହୋଇଛି । ଗତକାଲି ଗୋଟିଏ ଦିନରେ ଓଡ଼ିଶାରେ ଶତ ପ୍ରତିଶତରୁ ଅଧିକ ଟିକା ନେଇଥିଲେ ସ୍ୱାସ୍ଥ୍ୟକର୍ମୀ ।

ସେହିପରି ତେଲେଙ୍ଗାନାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୮୧ ପ୍ରତିଶତ ଏବଂ ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ୭୧ ପ୍ରତିଶତ ଲେଖାଏଁ ଟିକାକରଣ ହୋଇଛି । ପଞ୍ଜାବରେ ସବୁଠୁ କମ୍‌ ୨୮ ପ୍ରତିଶତ ଟିକାଦାନ ହୋଇଥିବା ବେଳେ ପୁଡୁଚେରୀ ଓ ତାମିଲନାଡୁରେ ୩୫ ପ୍ରତିଶତ ଲେଖାଏଁ ଟିକାକରଣ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.