Below header

ଲଞ୍ଚ ହେଲା ନୂଆ ଆପ Beeper, ଏବେ ଗୋଟିଏ ଜାଗାରେ ମିଳିପାରିବ ସବୁ ଆପର ସୁବିଧା

ଯଦି ଆପଣ ଭିନ୍ନ ଭିନ୍ନ ଚ୍ୟାଟିଙ୍ଗ ଆପ ବ୍ୟବହାର କରି ବୋର ହେଇଯାଉଛନ୍ତି ଅବା ବାରମ୍ବାର ଡାଉନଲୋଡ଼ କରିବାକୁ ଆପଣଙ୍କୁ ବିରକ୍ତ ଲାଗୁଛି ତେବେ ଭାବି ରଖନ୍ତୁ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଗଲା । ଆପଣଙ୍କ ଏହି ସମସ୍ୟାର ସମାଧାନ ନେଇ ଆସିଛି Beeper ଆପ । ପ୍ରକୃତରେ Beeper ଏମିତି ଏକ ଆପ ଯେଉଁଥିରେ ହୁଵାର୍ଟ୍ସ ଆପ, ପେସବୁକ ମେସେଞ୍ଜର, ଟେଲିଗ୍ରାମ, ସିଗ୍ନାଲ ପରି ୧୫ଟି ମେସେଞ୍ଜିଙ୍ଗ ପ୍ଲାଟ୍ଫର୍ମ ମିଳିପାରେ । ଗୋଟେ କଥାରେ କହିଲେ Beeper ଆପ ହେଉଛି ଏକ ମେସେଜିଙ୍ଗ ଆପ ଜଙ୍କ୍ସନ । ଏହାର ସବୁଠୁ ବଡ ବିଶେଷତା ହେଉଛିକି ଏହା ଜରିଆରେ ଆପଣ ଆପଲର ଆଈମେସେଞ୍ଜରକୁ ଆଣ୍ଡ୍ରଏଡ଼, ଲାଇନକ୍ସ, ବଇଣ୍ଡୋଜରେ ଲୋନକୁ ବି ସପୋର୍ଟ କରିଥାଏ ।

କଣ ରହିଛି ବିଶେଷତା:

ଏହା ହେଉଛି ସବୁଠୁ ବଡ ଫିଚର ଆପ । ଏହା କଲେ ଆପଣଙ୍କୁ ଅଧିକ ଆପ୍ସ ଡାଉନଲୋଡ଼ କରିବାକୁ ପଡିବ ନାହିଁ । ଏହା ବ୍ୟତୀତ ଏହି ଆପର ଚାଟକୁ ଆକ୍ଵାଇବ, ସ୍ନୁଜ କରିବା ଭଳି ବିକଳ୍ପ ଅଛି । କହିରଖୁଛୁକି ଏହା ଏକ ପେଡ଼ ଆପ । ପ୍ରତି ମାସ ଆପଣଙ୍କୁ ୧୦ ଡ଼ଲାର ବା ୭୩୦ ଟଙ୍କା ଖର୍ଚ୍ଚ କରିବାକୁ ହେବ । କିନ୍ତୁ ଏହାକୁ ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲ ଆପ ଷ୍ଟୋରରୁ ଡାଉନଲୋଡ଼ କରାଯାଇ ପାରିବ ନାହିଁ | କେବଳ ମାତ୍ର କମ୍ପାନୀ ୱେବସାଇଟରୁ ହିଁ ଏହାକୁ ଡାଉନଲୋଡ କରିହେବ ।

Beeper ଆପରେ ୧୫ଟି ଆପର ସପୋର୍ଟ ଅଛି । ପ୍ରତି ସପ୍ତାହ ଗୋଟେ ନୂଆ ଚାଟିଙ୍ଗ ଆପକୁ Beeperରେ ଡାଉନଲୋଡ଼ କରାଯାଇପାରିବ । ପୂର୍ବରୁ ଏହି ଆପ NovaChatରେ ଜଣାଯାଉଥିଲା । ଏହାକୁ ଓପନ ସୋର୍ସ ମେଟ୍ରିକ୍ସ ମେସେଜିଙ୍ଗ ପ୍ରଟୋକଲ ଅନୁଯାୟୀ ହିଁ ନିର୍ମାଣ କରାଯାଇଛି । ଆଉ ଏହାକୁ ଲଂଚ କରିଛନ୍ତି Pebble smartwatch ର ଫାଉଣ୍ଡର Eric Migicovsky ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.