Below header

୨୪ ବର୍ଷ ପରେ ବଲିଉଡ ଫେରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ, ଭାରତୀୟ କ୍ରିକେଟରଙ୍କୁ ବିବାହ କରିବା ପରେ ଛାଡ଼ିଥିଲେ ଫିଲ୍ମ

ମୁମ୍ବାଇ : ୧୯୯୨ ମସିହାରେ ଆସିଥିବା ଫିଲ୍ମ ‘ଜାନ ତେରେ ନାମ’ ର ଏକ ଗୀତରେ ରାତାରାତି ଫେମସ ହୋଇଯାଇଥିଲେ ଅଭିନେତ୍ରୀ ଫରହୀନ । ଦୀର୍ଘ ୨୪ ବର୍ଷ ବଲିଉଡ ସହ ସମ୍ପର୍କ କାଟିଥିବା ଫରହୀନ ପୁଣି ଥରେ ବଲିଉଡ ଫେରିବାକୁ ଚାହୁଁଛନ୍ତି । ଫରହୀନ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଏକଥା କହିଛନ୍ତି । କ୍ୟାରିଅରର ଉଠାଣୀ ବେଳେ ଫରହୀନ ବିବାହ କରି ବଲିଉଡରୁ ବିଦାୟ ନେଇଥିଲେ । ପ୍ରାୟ ୨୪ ବର୍ଷ ସେ ବଲିଉଡ ସହ ସମ୍ପର୍କରେ ନଥିଲେ ।

farheen.
photo credit: abplive.com

ଭାରତୀୟ କ୍ରିକେଟର ମନୋଜ ପ୍ରଭକରଙ୍କୁ ବିବାହ କରିବା ପରେ ସେ ଦିଲ୍ଲୀରେ ରହୁଥିଲେ । ଫରହୀନ କୁହନ୍ତି –‘‘ମୁଁ ଏତେ ଶୀଘ୍ର ସେଟେଲ୍ଡ ହେବି ବୋଲି ଚିନ୍ତା କରିନଥିଲି । ବିବାହ ପରେ ପରିବାର, ଘର ସଂସାର ଓ ପିଲାଙ୍କ ମଧ୍ୟରେ ହଜି ଯାଇଥିଲି । ବଲିଉଡରେ ଥିଲି ଆଜି ବି ବୋଧହୁଏ କାମ କରୁଥାନ୍ତି । ’’

farheen.
photo credit: abplive.com

ବଲିଉଡକୁ ଫେରିବା ନିଷ୍ପତ୍ତି ସମ୍ପର୍କରେ ତାଙ୍କର ସ୍ୱାମୀ ମନୋଜ ପ୍ରଭାକରଙ୍କ ଠାରୁ ଅନୁମତି ମଧ୍ୟ ନେଇ ସାରିଛନ୍ତି ବୋଲି ଫରହୀନ କହିଛନ୍ତି । ଏବେ ସେ ଫ୍ରି ଥିବାର ପ୍ରଭାକର ମଧ୍ୟ ତାଙ୍କୁ ସ୍ୱୀକୃତି ଦେଇଛନ୍ତି ବୋଲି ଫରହୀନ କହିଛନ୍ତି ।

ଫିଲ୍ମ ‘ବାଜିଗର’ରେ ଯେଉଁ ରୋଲ ଶିଳ୍ପା ସେଟ୍ଟି କରିଛନ୍ତି ସେହି ରୋଲ ଫରହୀନଙ୍କୁ ମିଳିଥିଲା । ହେଲେ ଫରହୀନ ଶାହାରୁଖଙ୍କ ସାଙ୍ଗରେ କାମ ନକରି ଫିଲ୍ମ ‘ବାଲି’ରେ ସୁପର ଅଭିନେତା କମଲ ହାସନଙ୍କ କାମ କରବାକୁ ଚାଲିଗଲେ । ସେତେବେଳେ କମଲ ହାସନଙ୍କ ସହ କାମ କରିବା ଏକ ବଡ଼ ସଫଳତା ଥିଲା । ତେଣୁ ଏପର ଚାନ୍ସ ମୁଁ ଛାଡ଼ିବାକୁ ଚାହିଁନଥିଲି ବୋଲି କୁହନ୍ତି ଫରହୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.