Below header

କରୋନା ପାଇଁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଘୁଞ୍ଚିଲା ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ଆୱାର୍ଡ IIFA Awards 2020, କମିଟି ନେଲା ଏପରି ନିଷ୍ପତ୍ତି

କରୋନା ଭାଇରସକୁ ନେଇ ସାରା ଦୁନିଆରେ ଏବେ ଆତଙ୍କ ଖେଳିଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚୀନରେ ଏହି ଭାଇରସ ଯୋଗୁଁ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି ଏବଂ ସବୁଠାରୁ ବଡ଼ କଥା ହେଉଛି ଏହା ଭାରତରେ ମଧ୍ୟ ପ୍ରବେଶ କରିସାରିଛି । ତେବେ କରୋନା ଭାଇରସକୁ ଦୃଷ୍ଟିରେ ରଖି ସାରା ଦୁନିଆରେ ଅନେକ ପ୍ରମୁଖର ଇଭେଣ୍ଟର ଆୟୋଜନ କ୍ୟାନସଲ କରାଯାଇ ସାରିଛି ଓ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ଆୱାର୍ଡ ଫଙ୍କସନ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ସୂଚନା ଅନୁଯାୟୀ ମାର୍ଚ୍ଚ ମାସ ଶେଷରେ ହେବାକୁ ଯାଉଥିବା ଆଇଫା ଆୱାର୍ଡ (IIFA Awards 2020)କୁ ବର୍ତ୍ତମାନ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ପୋଷ୍ଟପଣ୍ଡ କରିଦିଆଯାଇଛି ।

ଚଳିତ ଥର ଆଇଫା ଆୱାର୍ଡ ମଧ୍ୟପ୍ରଦେଶର ଇନ୍ଦୋରରେ ହେବାକୁ ଯାଉଥିଲା କିନ୍ତୁ ବର୍ତ୍ତମାନ ଆୱାର୍ଡ କମିଟି କରୋନା ଭାଇରସ କାରଣରୁ ଏହାକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି । ଆଇଫା ଦ୍ୱାରା ଜାରି କରାଯାଇଥିବା ବୟାନ ଅନୁଯାୟୀ କରୋନା ଭାଇରସ (COVID-19) ଦ୍ୱାରା ବଢୁଥିବା ବିପଦକୁ ଆଖି ଆଗରେ ରଖି ଆଇଫାର ଫ୍ୟାନ୍ସଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜେନେରାଲ କମିଟି, ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ଏବଂ ମଧ୍ୟପ୍ରଦେଶ ସରକାରଙ୍କ ପରାମର୍ଶ ପରେ IIFA Awards 2020କୁ ପୋଷ୍ଟପଣ୍ଡ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଆଇଫାର କହିବା ଅନୁଯାୟୀ ଏହି ଆୱାର୍ଡ ମାର୍ଚ୍ଚ ଶେଷରେ ହେବାକୁ ଯାଉଥିଲା । ତେବେ ଏହି ଆୱାର୍ଡର ନୂଆ ଡେଟ ଏବଂ ସୂଚନା ଅତିଶିଘ୍ର ଆମେ ସାମ୍ନାକୁ ଆଣିବୁ । ଏହି ସମୟର ସମ୍ବେଦନଶୀଳତାକୁ ଆପଣ ବୁଝିବେ ବୋଲି ଆମେ ଆଶା କରୁଛୁ । ସୂଚନା ଅନୁଯାୟୀ ଦୁଇଦିନ ପୂର୍ବେ ମୁମ୍ବାଇରେ କାର୍ତ୍ତିକ, କ୍ୟାଟ୍ରିନା ଓ ଦିୟା ମିର୍ଜା ଚଳିତବର୍ଷ ଆଇଫାକୁ ଆୱାର୍ଡସକୁ ନେଇ ମୁମ୍ବାଇରେ ପ୍ରେସ କନଫରେନ୍ସ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.