ବରଗଡ଼ ଭଟ୍‌ଲିରେ ଜାଲ ନୋଟ କାରବାରର ପର୍ଦ୍ଦାଫାସ୍‌, ୨ ଲକ୍ଷ ଛଅ ଶହ ଟଙ୍କାର ନକଲି ନୋଟ ସମେତ ବହୁ ସରଞ୍ଜାମ ଜବତ, ୩ ଗିରଫ

ବରଗଡ଼(କେନ୍ୟୁଜ୍): ବରଗଡ଼ ଭଟ୍‌ଲିରେ ଜାଲ ନୋଟ କାରବାରର ପର୍ଦ୍ଦାଫାସ୍‌ । ୨ ଲକ୍ଷ ୬ ଶହ ନକଲି ନୋଟ୍‌ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଜାଲ ନୋଟ ତିଆରି ପାଇଁ ବ୍ୟବହାର ହେଉଥିବା ସରଞ୍ଜାମ ସହ ୩ ଜଣ ଗିରଫ ହୋଇଛନ୍ତି । ଏମାନେ ହେଲେ ଛଡିଶଗଡ ରାୟଗଡ ଜିଲ୍ଲାର ମଙ୍ଗୁଳୁ ମାଲଖର, ବରଗଡର ସୁଦର୍ଶନ ମହାନ୍ତି ଓ ପ୍ରଫୁଲ୍ଲ ମେହର । ଜବତ ଜାଲ ନୋଟ ମଧ୍ୟରେ ରହିଛି ନକଲି ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍‌ । ଏନେଇ ବରଗଡ଼ ସଦର ଥାନାରେ ମାମଲା ରୁଜୁ ସହ ଘଟଣାର ତଦନ୍ତ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.