Below header

ଆପଣ ମଧ୍ୟ କରିପାରିବେ ସୁନାର ସବାରୀ, ମାତ୍ର ଏତିକି ଟଙ୍କା ଦେଇ କରନ୍ତୁ ଭ୍ରମଣ

ଗତ କିଛିଦିନ ହେଲାଣି ଭାରତରେ ଅନଲାଇନ ଟ୍ୟାକ୍ସି ସୁବିଧା ଯୋଗାଉଥିବା କମ୍ପାନୀଗୁଡିକର ଆର୍ଥିକ କାରବାର ଭଲ ସ୍ଥିତିରେ ଚାଲିଛି। ଆପଣ ମଧ୍ୟ କୌଣସି ସ୍ଥାନକୁ ଯିବାକୁ ନିଶ୍ଚିତ ଟ୍ୟାକ୍ସି ବୁକ୍‌ କରିଥିବେ। ଏପରି କରିବା ଦ୍ୱାରା ଆପଣଙ୍କ ସମୟ ବଞ୍ଚିବା ସହିତ କମ୍‌ ପଇସା ଦେବାକୁ ପଡିଥିବ। କିନ୍ତୁ କେବେ ଆପଣ ସୁନାର ଟ୍ୟାକ୍ସି ବିଷୟରେ ଶୁଣିଛନ୍ତି କି ? କେବେ ଆପଣ ଏମିତି ଗାଡିରେ ବସିଛନ୍ତି କି ? ହୁଏତ ଆପଣ ସୁନାର ଟ୍ୟାକ୍ସି ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିଛି ଲୋକ ଏହାକୁ ଥଟା ଭାବିକି ଅଣଦେଖା ମଧ୍ୟ କରିଦେଉଛନ୍ତି। କିନ୍ତୁ ଏପରି ଟ୍ୟାକ୍ସି ଯାହାର, ହୁଏତ ସେ ନିଶ୍ଚିତ ଭାବେ ଜଣେ କୋଟିପତି ହୋଇଥିବ। ଯଦି ଆପଣ ଏପରି ଭାବୁଛନ୍ତି, ତେବେ ଭୁଲ୍‌ ଭାବୁଛନ୍ତି। ଏପରି କରିବା ଦ୍ୱାରା କୋଟିପତି ନୁହେଁ ବରଂ ବୁଦ୍ଧିଥିବା ଆବଶ୍ୟକ।

g cab

 

କେରଳରେ ଦେଖିବାକୁ ମିଳିଛି ସୁନାର ବିଳାସପୂର୍ଣ୍ଣ ରୋଲ୍ସ ରୟସ ଟ୍ୟାକ୍ସି। ଆପଣ ମଧ୍ୟ ଏହି କାରରେ ଯାତ୍ରା କରିପାରିବେ। ଏହି କାରକୁ ନେଇ ମାଲିକ କହିଛନ୍ତି, ଏହି ସୁନାର କାର କେରଳରେ ଅକ୍ସିଜେନ ରିସୋର୍ଟରେ ଟ୍ରାଭେଲିଂ ପ୍ୟାକେଜରେ ମିଳିଥାଏ। ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ କାରର ମାଲିକ ବେବି ଚେମ୍ମନୁର ନାମକ ଜଣେ ବ୍ୟକ୍ତି ଏହାକୁ ସୁନାରେ ତିଆରି କରିଥିଲେ। ଏଥିରେ ଲୋକେ ବୁଲିବାକୁ ହେଲେ ଦେବାକୁ ପଡିବ ମାତ୍ର ୨୫ ହଜାର ଟଙ୍କା। ଯଦି ଆପଣ ଏହି ଗାଡିରେ ବସିବାକୁ ଚାହୁଛନ୍ତି, ତେବେ ୨୫ ହଜାର ଟଙ୍କା ଦେଇ ଯାତ୍ରା କରିପାରିବେ।

ସୂଚନାଯୋଗ୍ୟ, ଏହି ରୋଲ୍ସ ରୟସ ଫାଣ୍ଟମର ଲାଟେଷ୍ଟ ଜେନେରେସନର ମୂଲ୍ୟ ଭାରତରେ ୯.୫ କୋଟି ଟଙ୍କା ରହିଛି। ଏହି କାର ମଡେଲକୁ ଭାରତରେ ଅନେକ ନାମୀଦାମୀ ଉଦ୍ୟୋଗପତି ଏବଂ ବଲିଉଡର କଳାକାର ବ୍ୟବହାର କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.