Below header

Uber ଡ୍ରାଇଭର ଯୁବତୀଙ୍କୁ ଗାଡିରେ ବସାଇ ଶୁଣାଇଲେ ସୁମଧୁର ଗୀତ ! ଏବେ ଇଣ୍ଟରନେଟରେ କରୁଛି ଧମାଲ, ଦେଖନ୍ତୁ ଭିଡିଓ

କୋଲକାତାରେ ଜଣେ କ୍ୟାବ୍‌ ଡ୍ରାଇଭର ଏତେ ସୁରିଲା ସ୍ୱରରେ ଗୀତ ଗାଉଛନ୍ତି ଯେ ଯାହାକୁ ଶୁଣିବା ପରେ ପୂରା ସୋସିଆଲ ମିଡିଆ ମନ୍ତ୍ରମୁଗ୍ଧ ହୋଇଯାଇଛି। ଡ୍ରାଇଭରଙ୍କ ହିନ୍ଦୁସ୍ତାନୀ କ୍ଲାସିକାଲ ଗୀତର ଅନ୍ଦାଜ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ବ୍ରିନ୍ଦା ଦାସଗୁପ୍ତା ନାମକ ଜଣେ ଯୁବତୀ ଉବର କ୍ୟାବ ବୁକ୍‌ କରିଥିଲେ। ସେ ଗାଡିରେ ବସିବା ପରେ ମନକୁ ମନ ଗୁଣୁ ଗୁଣୁ ହୋଇ ଗୀତ ଗାଉଥିଲେ। ଠିକ୍‌ ଏହି ସମୟରେ ଉବର ଡ୍ରାଇଭର ଆର୍ୟନ ସୋନିଙ୍କ ଧ୍ୟାନ ତାଙ୍କ ଉପରେ ପଡିଥିଲା।

driver videoତାଙ୍କ ଗୀତ ଶୁଣିବା ପରେ ଡ୍ରାଇଭର ଜଣଙ୍କ ଯୁବତୀଙ୍କୁ ପଚାରିଲେ ‘କଣ ଆପଣଙ୍କୁ ମ୍ୟୁଜିକରେ ଆଗ୍ରହ ଅଛି, ଏହାପରେ ଯୁବତୀ ଜଣଙ୍କ ହସି ଦେଇ ହଁ ମାରିଥିଲେ। ଏହାପରେ ଡ୍ରାଇଭର ଜଣଙ୍କ କହିଥିଲେ ମୋର ବି ଗୀତ ଗାଇବାରେ ବହୁତ ସୌକିନ୍‌ ରହିଛି। ଏହାପରେ ଗୀତ ଗାଇବା ଆରମ୍ଭ କରିଦେଇଥିଲେ ଉବର ଡ୍ରାଇଭର।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଉବର ଡ୍ରାଇଭର ଜଣଙ୍କ ସୁମଧୁର ସ୍ୱରରେ ଗୀତ ଗାଉଛନ୍ତି। ଯାହାକୁ ଶୁଣିବା ପରେ ଆପଣ ବି ମନମୁଗ୍ଧ ହୋଇଯିବେ। ଡ୍ରାଇଭରଙ୍କ ଏହି ଗୀତକୁ ଗାଡିରେ ବସିଥିବା ଯୁବତୀ ଜଣଙ୍କ କ୍ୟାମେରାରେ ରେକଡିଂ କରିଥିଲେ। ଭିଡିଓକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଆପଣ ବି ଡ୍ରାଇଭରଙ୍କ ଏହି ଭିଡିଓକୁ ଦେଖିବା ପରେ କହିବେ ‘ବାଃ କ୍ୟା ଆଓ୍ଵାଜ୍‌ ହେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.