ଦୁର୍ଗାଷ୍ଟମୀରେ ନିଜ ଝିଅର ପାଦ ଧୋଇ ପୂଜା କଲେ ଶିଳ୍ପା ସେଟ୍ଟୀ, ଭାଇରାଲ ହେଉଛି ଭିଡିଓ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରତିଟି ପର୍ବପର୍ବାଣି ଗୁଡିକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି । ଚଳିତ ବର୍ଷର ନବରାତ୍ରିକୁ ବି ଶିଳ୍ପା ନିଜ ଘରେ ମନ ଦେଇ ଭକ୍ତି ସହକାରେ ପାଳନ କରୁଥିବାର ନଜର ଆସିଛନ୍ତି । ନବେ ଦଶକରେ ବଲିଉଡ ଜଗତରେ ଖୁବ ନାମ କମେଇ ଥିବା ଏହି ଅଭିନେତ୍ରୀ ଜଣଙ୍କ ଏକ ଭିଡିଓ ନିଜ ଅଫିସିଆଲ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓଟିରେ ଶିଳ୍ପା ଦୁଗାଷ୍ଟମୀ ପର୍ବକୁ ଖୁବ ଭକ୍ତି ସହକାରେ ପାଳନ କରୁଥିବାର ନଜର ଆସିଛନ୍ତି । ନିଜେ କନ୍ୟା ମାନଙ୍କ ପାଦ ଧୋଇବା ସହ ଖାଦ୍ୟ ପରାଶି ଖୁଆଇଛନ୍ତି । ସର୍ବ ପ୍ରଥମେ ନିଜ ଝିଅର କୁନି କୁନି ପାଦକୁ ପାଣିରେ ଧୋଇ ତା ମୁଣ୍ଡରେ ଚନ୍ଦନ ଟୀକା ଲଗାଇଥିବା ବେଳେ ପରେ ଅନ୍ୟ କନ୍ୟା ମାନଙ୍କ ପାଦ ଧୋଇ ବିଧି ପାଳନ କରିଛନ୍ତି । ଏହା ସହ ସମସ୍ତଙ୍କର ଖୁବ ଭକ୍ତି ସହକାରେ ଆଳତି ମଧ୍ୟ କରିଛନ୍ତି ।

 

View this post on Instagram

 

On the auspicious occasion of Ashtami today, we were fortunate and blessed with our very own DEVI , 🧿Samisha 🧿her first Navratri, so performed the Kanya Pooja, with her and 8 little girls, welcomed with all precautions taken 🤦🏽‍♀️😇 Our way of paying gratitude to the Supreme Goddess Maha Gauri today and her nine divine forms. This year, however, we masked up and did the Pooja keeping all the safety measures in mind, nevertheless, a beautiful feeling to serve and pamper these little girls❤️ 🌷 Jai Mata Di 🌷 @rajkundra9 @shamitashetty_official . . . . . #HappyNavratri #Ashtami #KanchikaPooja #KanjakPooja #blessed #gratitude #DurgaMaa #JaiMataDi

A post shared by Shilpa Shetty Kundra (@theshilpashetty) on

 

ଏହି ବଲିଉଡ ଆକ୍ଟ୍ରେସ ଜଣଙ୍କ ଧାର୍ମିକ ଭାବନା ଅନେକଙ୍କର ଖୁବ ପସନ୍ଦ ମଧ୍ୟ ଆସିଛି । ଭିଡିଓଟି ସେୟାର କରାଯିବାର ମାତ୍ର ୨ ଘଣ୍ଟା ଭିତରେ ଏହାକୁ ୨ ଲକ୍ଷ ଥର ଦେଖାଯାଇଥିବା ବେଳେ ଅନେକ ସଂଖ୍ୟାରେ ଲାଇକ୍ସ ମଧ୍ୟ ମିଳିଛି । ଫ୍ୟାନ୍ସ ମାନେ ବି ଜବରଦସ୍ତ ରିଆକ୍ସନ ଦେବା ସହ ଶିଳ୍ପାଙ୍କ ପ୍ରଶଂସା ନକରି ରହି ପାରିନାହାନ୍ତି । କହିରଖିବା ଉଚିତ ହେବକି, ଶିଳ୍ପା ଖୁବ ଶୀଘ୍ର “ହଙ୍ଗାମା 2” ଓ “ନିକମା’ ଜରିଆରେ ବଲିଉଡକୁ ଫେରିବାକୁ ଯାଉଛନ୍ତି । “ହଙ୍ଗାମା 2″ରେ ଆକ୍ଟ୍ରେସ ପରେଶ ରାୱଲ ଓ ମିଜାନ ଜାଫରୀଙ୍କ ବିପକ୍ଷରେ ଅଭିନୟ କରୁଥିବା ବେଳେ “ନିକମା”ରେ ଅଭିମନ୍ୟୁ ଦସାନି ଓ ସାରଲି ସୋତୀୟାଙ୍କ ସହ ନଜର ଆସିବେ ।

silpa

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.