Below header

ହଂସିକା ମୋଟଓ୍ଵାନିଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ପ୍ରେମିକ ଦେଲେ ବିବାହ ପ୍ରସ୍ତାବ! ଫଟୋ ଭାଇରାଲ; ଆପଣ ବି ଦେଖିଲେ ହୋଇଯିବେ ଦିଓ୍ଵାନା

ସାଉଥ୍‌ ଇଣ୍ଡଷ୍ଟ୍ରୀର ସୁନ୍ଦରୀ ଅଭିନେତ୍ରୀ ହଂସିକା ମୋଟଓ୍ଵାନି ନିଜ ବିବାହ ଖବରକୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ବାହାଘରକୁ ନେଇ ଏବେ ନୂଆ ନୂଆ ତାରିଖ ମଧ୍ୟ ସାମ୍ନାକୁ ଆସୁଛି। ତାଜା ରିପୋର୍ଟ ମୁତାବକ, ଅଭିନେତ୍ରୀ ୨୦୨୨ ଡିସେମ୍ବରରେ ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ହଂସିକା ମୋଟଓ୍ଵାନି ପ୍ରଥମ ଥର ବିବାହର ପ୍ରପୋଜାଲର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକି ଏବେ ଖୁବ୍‌ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଫଟୋଗୁଡ଼ିକୁ ବହୁତ ଭଲ ପାଇବା ଦେଉଛନ୍ତି। କହି ରଖୁଛୁ, ଅଭିନେତ୍ରୀ ହଂସିକା ମୋଟଓ୍ଵାନି ବିଜନେସ୍‌ ମ୍ୟାନ ସୋହେଲ କଥୁରିୟାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ଅଭିନେତ୍ରୀ କିଛି ଫଟୋ ସେୟାର କରିଛନ୍ତି। ପୋଷ୍ଟ ସେୟାର କରି ହଂସିକା ଲେଖିଛନ୍ତି, ‘ଏବେ ଏବଂ ସବୁଦିନ ପାଇଁ’। ଏଥିରେ ସୋହେଲ କଥୁରିୟା କମେଣ୍ଟ କରିଛନ୍ତି, ‘ଆଇ ଲଭ୍‌ ୟୁ ମାଇଁ ଲାଇଫ୍‌’।

ପ୍ରଥମ ଫଟୋରେ ସୋହେଲ ହଂସିକାଙ୍କ ହାତ ଧରି ଆଣ୍ଠୁ ମାଡ଼ି ବସିଛନ୍ତି। ବ୍ୟାକ୍‌ ଗ୍ରାଉଣ୍ଡରେ ଏଫିଲ ଟାଓ୍ଵାର ନଜର ଆସୁଛି। ଦୁଇଜଣ ଲାଲ୍‌ ପାଖୁଡ଼ା ଏବଂ ଧଳା ମହମବତିରେ ତିଆରି ହାର୍ଟ ଭିତରେ ଛିଡ଼ା ହୋଇଛନ୍ତି। ହୃଦୟ ଭିତରେ ଫୁଲରେ ଲେଖା ହୋଇଛି, ‘ମ୍ୟାରୀ ମି’। ଉଭୟେ ଏହି ଫଟୋରେ ଖୁବ୍‌ ଖୁସି ଥିବାର ନଜର ଆସୁଛନ୍ତି।

 

View this post on Instagram

 

A post shared by Hansika Motwani (@ihansika)

କହି ରଖୁଛୁ, ହଂସିକା ମୋଟଓ୍ଵାନି ନିଜର କ୍ୟାରିୟର ଜଣେ ଶିଶୁ କଳାକାର ହିସାବରେ ଆରମ୍ଭ କରିଥିଲେ। ‘କୋଇ ମିଲ୍‌ ଗୟା’ ପରେ ସେ ଲିଡ୍‌ ଅଭିନେତ୍ରୀ ରୂପେ ନିଜର ପ୍ରଥମ ବଲିଉଡ୍‌ ଫିଲ୍ମ ‘ଆପ୍‌ କା ସୁରୁର୍‌’ କରିଥିଲେ। ଏହି ଫିଲ୍ମରେ ହଠାତ୍‌ ତାଙ୍କର ଟ୍ରାନ୍ସଫର୍ମେସନ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଖୁବ୍‌ କମ୍‌ ବର୍ଷ ବୟସରେ ହଂସିକା ଏତେ ୟଙ୍ଗ୍‌ କିପରି ଦେଖାଗଲେ, ତାହାକୁ ନେଇ ଲୋକ ମାନେ ବିଭିନ୍ନ ପ୍ରକାର କଥା କହିବାକୁ ଲାଗିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.