ମାଗଣାରେ ବୁକ୍‌ କରି ଘରକୁ ନେଇ ଆସନ୍ତୁ LMLର ପ୍ରଥମ ଇଲେକଟ୍ରିକ ସ୍କୁଟର, ଦାମ ରହିଛି ଏକଦମ ଶସ୍ତା

ଗାଡ଼ି କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର। ଏଲଏମଏଲ ର ପ୍ରଥମ ଇଲେକଟ୍ରିକ ସ୍କୁଟର ଏବେ ମାର୍କେଟକୁ ଆସିବାକୁ ଯାଉଛି । ଯାହାକୁ ଗ୍ରାହକ ମାନେ ଫ୍ରିରେ ବୁକିଂ କରି ଘରକୁ ଆଣିପାରିବେ। କମ୍ପାନୀ ତରଫରୁ ଏହାକୁ ନେଇ ବୁକିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି। ଗ୍ରାହକମାନେ କମ୍ପାନୀ ର େଓ୍ଵବସାଇଟକୁ ଯାଇ ଏହାର ଫର୍ମ ଭରି ପାରିବେ। ଏହାପରେ ବିନା କୌଣସି ଟଙ୍କାରେ ସ୍କୁଟରକୁ ବୁକ କରିପାରିବେ।

ଏଲଏମଏଲ ଖୁବ ଶୀଘ୍ର ଇଲେକଟ୍ରିକ ସ୍କୁଟର LML Star ବଜାରକୁ ଆଣିବାକୁ ଯାଉଛି। ମାର୍କେଟକୁ ଆସିବା ପୂର୍ବରୁ ଏହାର ବୁକିଂ ଆରମ୍ଭ ହୋଇ ସାରିଛି। କମ୍ପାନି ଗତ ମାସରେ ନିଜର ୩ ଟି ଇଲେକଟ୍ରିକ ସ୍କୁଟର ସାମ୍ନାକୁ ଆଣିଥିଲା । ଯେଉଁଥ୍‌ରେ ଏହି ମଡେଲ ମଧ୍ୟ ସାମିଲ ଅଛି। କମ୍ପାନୀ ନିଜ େଓ୍ଵବସାଇଟରେ ନିଜ ନୂଆ ମଡେଲର ଅନଲାଇନ ବୁକିଂ ପ୍ରକ୍ରିୟା ଆରମ୍ଭ କରିଛି। ଏହାକୁ ବୁକିଂ କରିବା ପାଇଁ ପ୍ରଥମେ ଏକ ଫର୍ମ ଭରିବାକୁ ହେବ। ଏହାପରେ ମାଗଣାରେ ଏହି ଗାଡ଼ିକୁ ନିଜ ପାଇଁ ବୁକିଂ କରିପାରିବେ।

ରିପୋର୍ଟ ଅନୁସାରେ ଭାରତରେ ଏହି କମ୍ପାନୀ ଫେରିବା ପରେ ଏହା ହେଉଛି ପ୍ରଥମ ପ୍ରଡକ୍ଟ। ଯାହାର ବିକ୍ରି କମ୍ପାନୀ କରିବାକୁ ଯାଉଛି। ତେବେ ଡିଜାଇନ କଥା କହିଲେ ଏହି ଗାଡ଼ି ର ମଡେଲ ଅନ୍ୟ ସ୍କୁଟର ମଡେଲ ଠାରୁ ଏକଦମ ଭିନ୍ନ ରହିଛି। ଏଥିରେ ଆପଣଙ୍କୁ ଅଲଗା ଧରଣର ଡିଜାଇନ, ଆଡଜେଷ୍ଟବଲ ସିଟିଂ, ଇଣ୍ଟରକ୍ଟିଭ ସ୍କ୍ରିନ ଓ ଫଟୋସେନସିଟିଭ ହ୍ୟାଣ୍ଡଲ୍ୟାମ୍ପ ରହିଛି। ସ୍କୁଟରରେ ୩୬୦ ଡିଗ୍ରୀ କ୍ୟାମେରା, ହପ୍ଟିକ ଫିଡବ୍ୟାକ, ଏଲଇଡି ଲାଇଟିଂ ଦିଆଯାଇଛି।

ତେବେ ଏହାର ବୁକିଂ ପ୍ରକ୍ରିୟାକୁ ନେଇ କମ୍ପାନୀର ମୁଖ୍ୟ କହିଛନ୍ତି। ଏହାପରେ ଖବର ଏବେ ସାମ୍ନାକୁ ଆସିଛି। ଯଦି ଆପଣ ବି ଏହାକୁ କିଣିବାକୁ ଚାହୁଁଛନ୍ତି ତେବେ ଖୁବ ସହଜରେ ଏହାର ବୁକିଂ କରିପାରିବେ। ଏହା ଲୋକଙ୍କୁ ପସନ୍ଦ ଆସିବ ବୋଲି କମ୍ପାନି ତରଫରୁ କୁହାଯାଇଛି।

ରିପୋର୍ଟ ଅନୁସାରେ ଲଞ୍ଚ ପରେ ଏହାର ଓଲା ଏସ୧ ଏୟାର ଆଣ୍ଟି ଲେବଲ ସ୍କୁଟର, ବଜାଜ ଚେତକ, ଟିଭିଏସ୍‌ ଆଇକ୍ୟୁବ ଓ ଅନ୍ୟ ଇଲେକଟ୍ରିକ ସ୍କୁଟର କୁ ସିଧା ଟକ୍କର ଦେବ ବୋଲି ଶୁଣିବାକୁ ମିଳିଛି। ତେବେ ଏହାର ଦାମ କଥା ଧ୍ୟାନକୁ ଦେଲେ ଏହା ଲକ୍ଷେରୁ ୧.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ ବୋଲି ଶୁଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.