କାର୍ତ୍ତିକ ମାସରେ ଆମିଷ ବଦଳରେ ନିଅନ୍ତୁ ଟେଷ୍ଟି ନିରାମିଷ ଖାଦ୍ୟର ମଜା, ଘରେ ବନାଇ ଚାଖନ୍ତୁ “ଆଚାରି ପନିର ଟିକ୍କା”

ଏବେ କାର୍ତ୍ତିକ ମାସ ଚାଲୁଥିବାରୁ ଅଧିକାଂଶ ଲୋକେ ଆମିଷ ବର୍ଜନ କରିଥିବେ । ଏମିତିକି କେତେକଙ୍କ ଘରେ ଆମିଷ ପସୁନଥିବ । ଏମିତି ସମୟରେ କଣ ପ୍ରସ୍ତୁତ କରିବେ, କଣ ଟେଷ୍ଟି ନିରାମିଷ ଖାଦ୍ୟ ପ୍ରସ୍ତୁତ କରି ଖାଇବେ ସେ ନେଇ ପ୍ରାୟ ଅଧିକାଂଶ ଗୃହିଣୀ ମାନଙ୍କର ଚିନ୍ତାଥାଏ । ପିଲାମାନେ ବି ନିରାମିଶ ଖାଦ୍ୟ ଖାଇ ଖାଇ ବିରକ୍ତ ହୋଇଯାନ୍ତି । ନଚେତ ଖାଇ ବି ନଥାନ୍ତି । ତେବେ ଘରର ଗୃହିଣୀ ମାନଙ୍କ ଏହି ଚିନ୍ତାକୁ ଦୂର କରିବା ପାଇଁ ଆମେ ଆଜି ଏମିତି ଏକ ରେସିପି ନେଇ ଆସିଛୁ ଯାହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଅତି ସହଜରେ ପ୍ରସ୍ତୁତ ହୋଇପାରିବ । ତେବେ ପ୍ରଥମେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
ପନିର – ୫୦୦ ଗ୍ରାମ
ଅଦା ପେଷ୍ଟ- ଗୋଟେ ଚାମଚ
ରସୁଣ ପେଷ୍ଟ – ଗୋଟେ ଚାମଚ
ଦହି – ଅଧା କପ
ଲେମ୍ବୁ ରସ
ଆଚାର ମସଲା- ଦେଢ଼ ଚାମଚ
ଲଙ୍କା ଗୁଣ୍ଡ- ଅଧା ଚାମଚ
ସୋରିଷ ତେଲ- ଅଧା ଚାମଚ
ବେସନ- ଦୁଇ ଚାମଚ
ବଟର – ଗୋଟେ ଚାମଚ
ଗୋଟେ ପିଆଜ
ଲୁଣ ସ୍ୱାଦ ଅନୁସାରେ
ସୋରିଷ – ଗୋଟେ ଚାମଚ
ହେଙ୍ଗୁ- ଗୋଟେ ଚୁଟକୀ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ପନିରକୁ ପିସ ପିସ କରି କାଟି ଦିଅନ୍ତୁ । ଏବେ ଏକ ପାତ୍ରରେ ଦହି, ଅଦା- ରସୁଣ ପେଷ୍ଟ, ଲେମ୍ବୁ ରସ ଗୋଳାଇ ରଖି ଦିଅନ୍ତୁ । ଏବେ ଆଉ ଏକ ପାତ୍ରରେ ସୋରିଷ ତେଲ, ଲୁଣ, ଲଙ୍କା ଗୁଣ୍ଡ, ଆଚରି ମସଲା ଆଦି ଦେଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏବେ ଏହି ପେଷ୍ଟରେ କିଛି ବେସନ ମିଶାନ୍ତୁ । ଏବେ ଏହି ମସଲାକୁ ପନିର କ୍ୟୁବରେ ଗୋଳାଇ ଦିଅନ୍ତୁ । ଏବେ ଏହାକୁ ଏକ ବନ୍ଦ ପାତ୍ରରେ ରଖି ରେଫରୀଜିରେଟରରେ ରଖି ଦିଅନ୍ତୁ । ଗୋଟେ ଘଣ୍ଟା ପାଇଁ ଛାଡି ଦିଅନ୍ତୁ । ଏବେ ନିଜ ପସନ୍ଦର ପରିବାକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । ଏବେ ଏକ ଗ୍ରୀଲ ଓଭାନକୁ ୪୫୦ ଡିଗ୍ରୀରେ ହିଟ କରନ୍ତୁ । ଏବେ ଏକ ଟଙ୍ଗ ସାହାଯ୍ୟରେ ପରିବା ଓ ପନିରକୁ ଗୋଟେ ପରେ ଗୋଟେ ପୁରାଇ ହିଟ କରନ୍ତୁ । ଟିକ୍କାଗୁଡିକ ବ୍ରାଉନ କଲର ହେଇ ଆସିଲେ ଓଭାନ ବନ୍ଦ କରିଦିଅନ୍ତୁ । ଏବେ ଏହା ଉପରେ କିଛି ବଟର ଲଗାଇ ସ୍ୱାଦ ଅନୁସାରେ ଚାଟ ମସଲା ଛିଂଚି ନିଜେ ଖାଆନ୍ତୁ ଓ ଖୁଆନ୍ତୁ ।