Below header

୩୭ ଲକ୍ଷ ଟଙ୍କା ନେଇ ‘ସୋ’ କଲେ ନାହିଁ ସୋନାକ୍ଷୀ ସିହ୍ନା, ହୋଇପାରନ୍ତି ଗିରଫ

୩୭ ଲକ୍ଷ ଟଙ୍କା ନେଇ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ‘ସୋ’ କରିନଥିବା ଘଟଣାରେ ଅଭିଯୁକ୍ତ ଅଭିଶେକ ସିହ୍ନାଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁକ୍ତ କରିବା ପାଇଁ  କୋଣସି ଆଧାର ପାଇନଥିବାରୁ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ଆବେଦନ ଉପରେ ଜଷ୍ଟିସ୍ ପ୍ରିନ୍ତାକର ଦିବାକର ଓ ଜଷ୍ଟିସ୍ ରାଜବୀର ସିଂହ ମିଳିତ ଖଣ୍ଡପୀଠରେ ଶୁଣାଣି କରିଛନ୍ତି।
ପ୍ରମୋଦ ଶର୍ମା ନାମକ ଜଣେ ବ୍ୟକ୍ତି ଅଭିଶେକ ସିହ୍ନା, ସୋନାକ୍ଷୀ ସିହ୍ନା, ମାଲବିକା ପଞ୍ଜାବୀଙ୍କ ବିରୋଧରେ ୨୨ ଫ୍ରେବୃଆରୀ ୨୦୧୯ରେ କାଟଘର ଥାନାରେ କେସ୍ କରିଥିଲେ। ପରେ ପୋଲିସ ସେମାନଙ୍କ ବିରୋଧରେ ଠକେଇ ଓ ଅପରାଧୀକ ଷଡଯନ୍ତ୍ର ଆଦି ଧାରାରେ କେସ ରୁଜୁ କରିଥିଲା।

ଅଭିଯୋଗ ଏହା ଥିଲା ଯେ ପ୍ରମୋଦ ଶର୍ମାଙ୍କ ଠାରୁ ଅଭିଶେକ ସିହ୍ନା ସୋନାକ୍ଷୀ ସିହ୍ନାଙ୍କ କାର୍ଯ୍ୟକ୍ରମ କରିବାକୁ ୩୭ ଲକ୍ଷ ଟଙ୍କା ନେଇଥିଲେ କିନ୍ତୁ କାର୍ଯ୍ୟକ୍ରମ କରିନଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.