Below header

କଲେଜ ପ୍ରଫେସର ପଠାଇଥିଲେ ଅଶ୍ଳୀଳ ମେସେଜ, ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ କରିଦେଲେ ସେୟାର, ଆଉ ତା’ପରେ…

ସାଉଥ ଅଭିନେତ୍ରୀ ତଥା ଗାୟିକା ସୌନ୍ଦର୍ଯ୍ୟାଙ୍କୁ ସୋସିଆଲ ମିଡିଆରେ ଜଣେ କଲେଜ ପ୍ରଫେସର ଆପତ୍ତିଜନକ ମେସେଜ ପଠାଇଥିବା ଦେଖିବାକୁ ମିଳିଛି। ଅଭିନେତ୍ରୀ ଜଣକ ଏହି ମେସେଜଗୁଡ଼ିକର ସ୍କ୍ରିନସଟ ଫ୍ୟାନମାନଙ୍କ ସହିତ ସେୟାର କରିଛନ୍ତି। ସୌନ୍ଦର୍ଯ୍ୟା ଚୁପ ନ ବସି ଇନଷ୍ଟାଗ୍ରାମରେ ପ୍ରଫେସର ପଠାଇଥିବା ମେସେଜଗୁଡ଼ିକୁ ସେୟାର କରି ତାଙ୍କର କ୍ଲାସ ନେଇଛନ୍ତି।

ସୌନ୍ଦର୍ଯ୍ୟା ଏହି କଥାକୁ ନେଇ ଚିନ୍ତା ଜାହିର କରିଛନ୍ତି କି, ଯଦି ଜଣେ କଲେଜ ପ୍ରଫେସର ସୋସିଆଲ ମିଡିଆରେ ଏମିତି କଥା ହେଉଛନ୍ତି, ତା’ହେଲେ ତାଙ୍କ କଲେଜର ଝିଅମାନଙ୍କୁ ସତର୍କ ରହିବା ଉଚିତ। ସୌନ୍ଦର୍ଯ୍ୟା ଲେଖିଛନ୍ତି, ‘ଏ ଜଣେ ପ୍ରଫେସର, ଯିଏ ଜଣେ ମହିଳା ସହିତ ଏଭଳି ଢ଼ଙ୍ଗରେ କଥା ହେଉଛନ୍ତି। ଏହା ଲଜ୍ଜାଜନକ। ତାଙ୍କର ପ୍ରୋଫାଇଲ କହୁଛି ଯେ ସେ ମଦୁରାଇର ଜଣେ ପ୍ରଫେସର। ମୁଁ ଆଶା କରୁଛି କି, ତାଙ୍କ କଲେଜର ଯୁବତୀମାନେ ସୁରକ୍ଷିତ ଥିବେ’।

ସୌନ୍ଦର୍ଯ୍ୟା ବାଲା ନନ୍ଦକୁମାର ବିଜୟନ ଟିଭିରେ ଅନେକ ଶୋ’ କରିଛନ୍ତି। ସେ ‘କବାଲି’ରୁ ଫିଲ୍ମରେ ଡେବ୍ୟୁ କରିଥିଲେ। ସୌନ୍ଦର୍ଯ୍ୟା ଶେଷଥର ଥାଲାପତି ବିଜୟ ଓ ବିଜୟ ସେତୁପତିଙ୍କ ‘ମାଷ୍ଟର’ରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.