ଦାଦା ସାହେବ ଫାଲକେ ଆଓ୍ଵାର୍ଡ : ବାଜି ମାରିନେଲେ ରଣବୀର ଏବଂ ଆଲିଆ, ଦେଖନ୍ତୁ ସଂପୂର୍ଣ୍ଣ ଲିଷ୍ଟ

ଦାଦା ସାହେବ ଫାଲକେ ଆଓ୍ଵାର୍ଡ୨୦୨୩ ଘୋଷଣା ହୋଇଯାଇଛି । ରଣବୀର ଶ୍ରେଷ୍ଠ ଅଭିନେତା ଆଉ ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ ଆଓ୍ଵାର୍ଡ ପାଇଛନ୍ତି। ଶ୍ରେଷ୍ଠ ଫିଲ୍ମ ଭାବେ ଦ କଶ୍ମୀର ଫାଇଲ୍ସକୁ ମିଳିଛି ଆଓ୍ଵାର୍ଡ ।

ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହୋଇଯାଇଛି। ଏହି ଫେଷ୍ଟିଭାଲରେ ବଲିଉଡରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ । ଅନୁପମ ଖେର, ବରୁଣ ଧଓ୍ଵନ, ଆଲିଆ ଭଟ୍ଟ ପ୍ରମୁଖ ଦର୍ଶକଙ୍କ ମନ ଜିତିନେଇଥିଲେ । ସେହିପରି ଅନେକ ଷ୍ଟାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶ୍ରେଷ୍ଠ ଫିଲ୍ମ ଭାବେ ଦ କଶ୍ମୀର ଫାଇଲ୍ସକୁ ପୁରସ୍କାର ମିଳିଥିବା ବେଳେ ଫିଲ୍ମ ଅଫ ଦ ଇଅର ଆଓ୍ଵାର୍ଡ ଆରଆରଆରକୁ ମିଳିଥିଲା ।

ଦେଖିନ୍ତୁ ସଂପୂର୍ଣ୍ଣ ଲିଷ୍ଟ :

ଶ୍ରେଷ୍ଠ ଫିଲ୍ମ : ଦ କଶ୍ମୀର ଫାଇଲ୍ସ

ଶ୍ରେଷ୍ଠ ଅଭିନେତା: ରଣବୀର କପୁର(ବ୍ରହ୍ମାସ୍ତ୍ର)

ଶ୍ରେଷ୍ଠ ଅଭିନେତ୍ରୀ : ଆଲିଆ ଭଟ୍ଟ(ଗଙ୍ଗୁବାଇ କାଠିଓ୍ଵାଡି)

ଫିଲ୍ମ ଅଫ ଦ ଇଅର : ଆରଆରଆର

କ୍ରିଟକ୍ସ ଶ୍ରେଷ୍ଠ ଅଭିନେତା : ବରୁଣ ଧଓ୍ଵନ(ଭେଡିୟା)

କ୍ରିଟିକ୍ସ ଶ୍ରେଷ୍ଠ ଅଭିନେତ୍ରୀ : ବିଦ୍ୟା ବାଲାନ(ଜଲସା)

ଶ୍ରେଷ୍ଠ ନିର୍ଦ୍ଦେଶକ : ଆର ବାଲକୀ (ଚୁପ୍‌)

ଶ୍ରେଷ୍ଠ ସିନେମାଟୋଗ୍ରାଫର : ପିଏସ୍‌ ବିନୋଦ ( ବିକ୍ରମ ବେଧା)

ମୋଷ୍ଟ ପ୍ରମିସିଂ ଅଭିନେତା: ରିଷଭ ସେଟ୍ଟୀ (କାନ୍ତାରା)

ଶ୍ରେଷ୍ଠ ଗାୟକ : ସଚେତ ଟଣ୍ଡନ( ମାୟାଁ ମେନୁ:ଜର୍ସି)

ଶ୍ରେଷ୍ଠ ଗାୟିକା : ନୀତି ମୋହନ ( ମେରୀ ଜାନ: ଗଙ୍ଗୁବାଇ)

ଶ୍ରେଷ୍ଠ ଅଭିନେତ୍ରୀ (ଟିଭି) : ତେଜସ୍ୱୀ ପ୍ରକାଶ (ନାଗିନ)

ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଳ ଆଓ୍ଵାର୍ଡ ୨୦୨୩ ଫିଲ୍ମ ଇଣ୍ଡଷ୍ଟ୍ରୀ: ରେଖା

ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଳ ଆଓ୍ଵାର୍ଡ ୨୦୨୩ ଫିଲ୍ମ ସଂଗୀତ : ହରିହରନ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.