ଆସାମର ନୋବୋଜିତ ବାଜିମାରିନେଲେ DID L’il Masters ଟାଇଟଲ, ଟ୍ରଫି ସହିତ ଜିତିଲେ ୫ ଲକ୍ଷର ପୁରସ୍କାର ରାଶି

ଜୀ ଟିଭରେ ପ୍ରସାରରିତ ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ୍ ମାଷ୍ଟର୍ସ ସିଜିନ୍ -୫ର ଫାଇନାଲ ସରିଛି। ଏହାର ଟାଇଟଲ ବାଜି ମାରିଛନ୍ତି ୯ ବର୍ଷୀୟ ନୋବୋଜିତ୍ ନାରଜାରୀ । ଆସାମରେ ରହୁଥିବା ନୋବୋଜିତ ଫାଇନାଲରେ ଅପୁନ ପେଗୁ, ଅଧ୍ୟାଶ୍ରୀ, ସାଗର ଏବଂ ରିଶିତା ହରାଇ ୫ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି। ଶୋରେ ସୋନାଲୀ ବେନ୍ଦ୍ରେ, ମୌନୀ ରୟ, ରେମୋ ଡିସୁଜା ଜଜ୍‌ ଭାବେ ନଜର ଆସିଥିଲେ। ଡିଆଇଡି ଲିଟିଲ୍ ମାଷ୍ଟର୍ସ ୫-ର ଫାଇନାଲ୍ ରେ ଜୁଗ୍ ଜୁଗ୍ ଜିଓର ପୁରା ଷ୍ଟାରକାଷ୍ଟ ନଜର ଆସିଥିଲେ ।

ବରୁଣ ଧୱନ, କିଆରା ଆଡଭାନୀ, ଅନିଲ କପୁର, ମନୀଷ ପଲ ଏବଂ ପ୍ରାଜକ୍ତା କୋଲି ମଞ୍ଚ ଉପରେ ଖୁବ ଧୂମ ମଚାଇଥିଲେ । ନୋବୋଜିତ୍ ନାରଜାରି ହିପ୍ ହପ୍ ଶୈଳୀକୁ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । କିନ୍ତୁ ପ୍ରତ୍ୟେକ ଶୈଳୀରେ ନଜର ଆସିଛି ତାଙ୍କର ନିଜର ପରିଶ୍ରମ ଏବଂ ନିଷ୍ଠା ।

 

View this post on Instagram

 

A post shared by ZEE TV (@zeetv)


ନୋବୋଜିତ ନାରଜାରି ଏହି ଶୋ’ର ବିଜେତା ହେବା ପରେ ଆପାନ୍ ପ୍ରଥମ ରନର୍ସ ଅପ୍ ହୋଇଥିବାବେଳେ ଆଧ୍ୟାଶ୍ରୀ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ । ସେ ଏହି ଶୋ’କୁ ଜିତିବା ପରେ ନୋବୋଜିତ୍ କହିଛନ୍ତି, ‘ମୁଁ ସ୍ୱପ୍ନ ପୂରଣ ହୋଇଛି । ମୁଁ ଯାହା ଚାହିଁଥିଲେ ସେସବୁ ମୋତେ ମିଳିଛି । ଏହି ରିଆଲିଟି ସୋ ଅନେକ ଲୋକଙ୍କୁ ଆଗକୁ ବଢିବାକୁ ସୁଯୋଗ ଦେଇଛି ।

 

View this post on Instagram

 

A post shared by ZEE TV (@zeetv)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.